ମାନସ ହତ୍ୟା ମାମଲାରେ ଚଣ୍ଡିଖୋଲ ଲିଙ୍କ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ବ୍ୟବହୃତ ସାମଗ୍ରୀ ଜବତ । ଚଣ୍ଡିଖୋଲରୁ ଜବତ କଲା କ୍ରାଇମବ୍ରାଞ୍ଚ ଟିମ୍ । ମାନସ ବ୍ୟବହାର କରୁଥିବା ଚପଲ ଅଧା ପୋଡା ଅବସ୍ଥାରେ ମିଳିଛି । ମୋବାଇଲ୍ ଇୟର ଫୋନ୍ ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଅଖା ବସ୍ତା ଓ ଅନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ହତ୍ୟା ପରେ ପ୍ରମାଣ ଲୁଚାଇବା ପାଇଁ ଏଭଳି କରିଥିବା ପୋଲିସ ଆଗରେ ସତ ଓଗାରିଛି ଅଭିଯୁକ୍ତ ରଂଜନ ।
କ୍ୟାମେରାମ୍ୟାନ ମାନସକୁ ହତ୍ୟା ପାଇଁ ପ୍ରମାଣ ଲୁଚାଇବା ପାଇଁ ଚଣ୍ଡିଖେରଲ ଆସିଥିଲେ ଅଭିଯୁକ୍ତ । ଏନେଇ ଆଜି ରଂଜନ ଚଣ୍ଡିଖୋଲ ନେଇଥିଲା କ୍ରାଇମବ୍ରାଞ୍ଚ । ଜେରା ବେଳେ ଶର୍ମିଷ୍ଠା ମାଷ୍ଟରମାଇଣ୍ଡ ବୋଲି କ୍ରାଇମବ୍ରାଞ୍ଚକୁ କହିଛି ରଂଜନ । ଅଭିଯୁକ୍ତମାନଙ୍କୁ କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ବେଳେ ଆଜି ହେଉଛି ରିମାଣ୍ଡର ତୃତୀୟ ଦିନ ।
ସୂଚନା ଅନୁସାରେ ରିମାଣ୍ଡରେ ଥିବା ୪ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ନେଇଛି । ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତଙ୍କୁ ଦୁଇଟି ଗାଡିରେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ନିଆଯାଉଛି । ଚାରି ଜଣଙ୍କୁ କୁଆଡେ ନିଆଯାଉଛି, ଏବାବଦରେ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କୌଣସି ଏକ ନୂଆ ସୁରାକ ପାଇଁ ସ୍ପଟକୁ ନେଉଥିବା କୁହାଯାଉଛି । ଅନ୍ୟପଟେ ଆଜି କ୍ରାଇମ୍ ସିନ ରିକ୍ରିଏଟ ହେବ ନାହିଁ, ଆସନ୍ତାକାଲି କ୍ରାଇମ ସିନ୍ ରିକ୍ରିଏଟ ହେବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରୁ ସୂଚନା ମିଳିଛି ।
Powered by Froala Editor