ଜଳୁଛି ଶିମିଳିପାଳ
କରଞ୍ଜିଆ : ହୁହୁ ହୋଇ ଜଳୁଛି ଶିମିଳିପାଳ। ବୁଧବାର ଅପରାହ୍ନରେ ଶିମିଳିପାଳ ଅଭୟାରଣ୍ୟର ୧୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ଜେନାବିଲ ଏବଂ ଚହଲା ରେଞ୍ଜ ଅଞ୍ଚଳର ଦୁଇଟି ସ୍ଥାନରେ ନିଆଁ ଲିଗିଥିବା ନେଇ ସୂଚନା ମିଳିଛି। ଅଭୟାରଣ୍ୟରେ ନିଆଁକୁ ଆୟତ୍ତ କଲେ ମଧ୍ୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନିଆଁ ଲଗିଯାଉଛି। ଯାହାକୁ ନେଇ ଚିନ୍ତାରେ ବନ ବିଭାଗ।
ଗତ ବର୍ଷ ଶିମିଳିପାଳ ଅଭୟାରଣ୍ୟ ବିଭିନ୍ନ ରେଞ୍ଜ୍ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହଇଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଓଡ୍ରାଫ୍ ଟିମ୍ ସହିତ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଥିଲେ । ତେବେ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ବିଭିନ୍ନ ସମୟରେ ୬୦୦ଟି ସଚେତନତା ରାଲି ଏବଂ ୬୦ଟି ମିଳିତ ମକଡ୍ରିଲ୍ କରିଥିଲା ବନ ବିଭାଗ। ସେହିପରି ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା କାର୍ୟ୍ୟରେ ୭୦୦ ବନକର୍ମଚାରୀ ନିୟୋଜିତ ଥିବାବେଳେ ୫୦୦ଟି ନିଆଁଲିଭା ମେସିନ ନିୟୋଜିତ ହୋଇଛି। ଏତଦ୍ ସତ୍ତ୍ଵେ ମଧ୍ୟ ଅଭୟାରଣ୍ୟରେ କିଭଳି ନିଆଁ ଲାଗୁଛି ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ ।
Powered by Froala Editor