ଗୋଆ ମୁ୍ଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରମୋଦ ସାୱନ୍ତ
ପାଣାଜୀ: ଗୋଆ ମୁ୍ଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରମୋଦ ସାୱନ୍ତ । ଶ୍ୟାମାପ୍ରସାଦ ମୁଖାର୍ଜୀ ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ୟ୍ୟକ୍ରମରେ ଉପସ୍ଥିତ ଅଛନ୍ତି । କାର୍ୟ୍ୟକ୍ରମରେ ୧୦ ହଜାରରୁ ଅଧିକ ଲୋକ ସାମିଲ ହୋଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଛଡା କ୍ୟାବିନେଟର ଆଉ ୧୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଗୋଆର କ୍ୟାବିନେଟ ମନ୍ତ୍ରୀ ଭାବରେ ବିଜେପିର ବିଶ୍ୱଜିତ ରାଣେ, ମୌଭିନ ଗୋଡିନାହ, ରବି ନାୟକ, ନୀଲେଶ କ୍ୟାବ୍ରାଲ, ସୁଭାଷ ଶିରୋଦକର, ରୋହନ ଖାଉଣ୍ଟେ, ଗୋବିନ୍ଦ ଗୌଡ ଏବଂ ଆଟାନାସିଓ ମନସେରାଟ ଶପଥ ଗ୍ରହଣ କରିଛନ୍ତି । ଶପଥଗ୍ରହଣ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରକ୍ଷାମନ୍ତ୍ରୀ ରାଜନାଥ ସିଂ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି । ପ୍ରଥମ ଥର ପାଇଁ ଶପଥଗ୍ରହଣ କାର୍ୟ୍ୟକ୍ରମରେ ଧର୍ମଗୁରୁ ବି ଉପସ୍ଥିତ ରହିଛନ୍ତି । ପ୍ରମୋଦ ସାୱନ୍ତଙ୍କ ନେତୃତ୍ବରେ ବିଜେପି ଗୋଆରେ ବାଜିମାତ କରିଥିଲା ।ମାର୍ଚ୍ଚ ୨୧ରେ ବସିଥିବା ବିଧାୟକ ଦଳ ବୈଠକରେ ପ୍ରମୋଦଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା ।
ପ୍ରକାଶ ଥାଉକି, ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଗୋଆରେ ୪୦ଟି ବିଧାନସଭା ଆସନରେ ବିଜେପି ୨୦ଟି ସିଟ ହାସଲ କରିଛି । ମ୍ୟାଜିକ ନମ୍ବରରୁ ଗୋଟିଏ ଆସନ ପଛରେ ରହିଯାଇଛି ବିଜେପି । ସ୍ବାଧୀନ ବିଧାୟକଙ୍କ ସହ ମେଣ୍ଟ କରି ବିଜେପି ରାଜ୍ୟରେ ସରକାର ଗଠନ କରିଛି ।
Powered by Froala Editor