ସବୁଠୁ କମ ଋଣ ନେବାରେ ଓଡ଼ିଶା ହେବ ଏକ ନମ୍ବର ରାଜ୍ୟ
ଭୁବନେଶ୍ୱର: ସବୁଠୁ କମ ଋଣ ନେବାରେ ଓଡ଼ିଶା ଆଗକୁ ଏକ ନମ୍ବର ରାଜ୍ୟ ହେବ ବୋଲି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଅର୍ଥନୈତିକ ପରିଚାଳନାରେ ଓଡ଼ିଶା ଦେଶର ୧ ନମ୍ବର ରାଜ୍ୟ ହେବ । ମାର୍ଚ୍ଚ ୩୧ରେ କର୍ଣ୍ଣାଟକକୁ ପଛରେ ପକାଇ ଓଡ଼ିଶା ୧ ନମ୍ବର ରାଜ୍ୟ ହେବ ।
ଏଥିସହ ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୨୨,୮୨୭ ଟଙ୍କା । ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନରେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖି ଏହା କହିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟ ସରକାର ଯାହା ଋଣ କରୁଛନ୍ତି ତାହା କେବଳ ବିକାଶ କାମରେ ଲାଗୁଛି । ବର୍ତ୍ତମାନ ସୁଦ୍ଧା ସରକାର ୧ ଲକ୍ଷ ୬ ହଜାର କୋଟି ଋଣ କରିଛନ୍ତି । ଏଫଆରବିଏମ ଆକ୍ଟ ଅନୁଯାୟୀ ୨୫ ପ୍ରତିଶତ ପର୍ଯ୍ୟନ୍ତ ଋଣ କରିବାର ବ୍ୟବସ୍ଥା ରହିଛି । ଧାର୍ଯ୍ୟ ବ୍ୟବସ୍ଥା ଠାରୁ ଆମେ ବହୁତ ତଳେ ରହିଛୁ । ସବୁଠୁ କମ ଋଣ ନେବାରେ ଓଡ଼ିଶା ଆଗକୁ ଏକ ନମ୍ବର ରାଜ୍ୟ ହେବ ବୋଲି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।
ଅନ୍ୟପକ୍ଷରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ପ୍ରାୟ ୨ ଲକ୍ଷ କୋଟିର ବଜେଟକୁ ଅନୁମୋଦନ ଦିଆଯାଇଛି । ରବିବାର ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ବଜେଟକୁ ଅନୁମୋଦନ ମିଳିଛି । ତେବେ ଆସନ୍ତା ୩୦ ତାରିଖରେ ଗୃହରେ କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ ହେବ । ପରବର୍ତ୍ତୀ ସମୟରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ବୋଲି ଜଣାଯାଇଛି ।
Powered by Froala Editor