ତାୱାରେ ସିଝୁଛି ଓଡିଶା, ଜଳୁଛି ଏହି ୭ ସହର
ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ଅନୁଭୂତ ହେଉଛି । ତତଲା ତାୱାରେ ସିଝୁଛି ଓଡିଶା । ଗତକାଲି ୭ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା । ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ସମ୍ବଲପୁରରେ ୪୦.୮ଡିଗ୍ରୀ ସହ ସବୁଠାରୁ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୦.୫ଡିଗ୍ରୀ, ଝାରସୁଗୁଡାରେ ୪୦.୪ଡିଗ୍ରୀ, ହୀରାକୁଦରେ ୪୦.୪ଡିଗ୍ରୀ, ବଲାଙ୍ଗୀରରେ ୪୦.୪ଡିଗ୍ରୀ, ତାଳଚେରରେ ୪୦ଡିଗ୍ରୀ ଓ ବାରିପଦାରେ ୪୦ଡିଗ୍ରୀ ରେକର୍ଡ ହୋଇଛି ।
ଅନ୍ୟପଟେ ସୋନପୁରରେ ୩୯.୮ଡିଗ୍ରୀ, ଟିଟିଲାଗଡରେ ୩୯.୮ଡିଗ୍ରୀ, ଭବାନୀପାଟଣାରେ ୩୯.୫ଡିଗ୍ରୀ, ଅନୁଗୁଳରେ ୩୯.୧ଡିଗ୍ରୀ, ମାଲକାନାଗିରିରେ ୩୮.୫ଡିଗ୍ରୀ, ଭୁବନେଶ୍ୱରରେ ୩୮.୪ଡିଗ୍ରୀ, ଫୁଲବାଣୀରେ ୩୮.୪ଡିଗ୍ରୀ, ବାଲେଶ୍ୱରରେ ୩୭.୨ଡିଗ୍ରୀ, ଚାନ୍ଦବାଲିରେ ୩୬.୫ଡିଗ୍ରୀ, କଟକରେ ୩୭.୪ଡିଗ୍ରୀ, ପାରାଦୀପରେ ୩୨.୬ଡିଗ୍ରୀ, ପୁରୀରେ ୩୩.୨ଡିଗ୍ରୀ, କେନ୍ଦୁଝରରେ ୩୭ଡିଗ୍ରୀ, କୋରାପୁଟରେ ୩୫.୬, ଦାରିଂବାଡି ୩୫.୫, ନୟାଗଡରେ ୩୮ଡିଗ୍ରୀ, ଯାଜପୁରରେ ୩୭ ଓ ପାରେଲାଖେମୁଣ୍ଡିରେ ୩୬.୫ଡିଗ୍ରୀ ତାପମାତ୍ରା ରହିଥିଲା ।
ତେବେ ରାଜ୍ୟରେ ଆସନ୍ତା ୪ରୁ ୫ଦିନ ମଧ୍ୟରେ ଦିନ ତାପମାତ୍ରାରେ ସେଭଳି କୌଣସି ବଡ ପରିବର୍ତ୍ତନ ହେବ ନାହିଁ । ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ୨ରୁ ୪ଡିଗ୍ରୀ ତାପମାତ୍ରା ବଢିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
Powered by Froala Editor