ଅଭିନୟ ଦୁନିଆରୁ ଦୂରେଇଯିବେ ଅମୀର !

ମିଷ୍ଟର ପର୍ଫେକ୍ଟନିଷ୍ଟ ଅର୍ଥାତ୍ ଅମୀର ଖାନ୍ ଅଭିନୟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଅମିରଙ୍କ ଫିଲ୍ମ 'ଲାଲ୍ ସିଂ ଚଢ଼ା' ଦେଖିବାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମଟି ଚଳିତବର୍ଷ ଅଗଷ୍ଟ ୧୧ରେ ବଡ଼ ପରଦାରେ ମୁକ୍ତିଲାଭ କରିବାର ଯୋଜନା ରହିଛି। ଏହି ଫିଲ୍ମରେ କରୀନା କପୁରଙ୍କୁ ଅମିରଙ୍କ ସହ ଦେଖିବାକୁ ମିଳିବ। ତେବେ 'ଲାଲ ସିଂ ଚଢ଼ା'ପରେ ଅମୀର ଅଭିନୟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି।
ଅମୀର ଖାନ କହିଛନ୍ତି ଯେ ସମସ୍ତଙ୍କ ପରି ସେ ବି ତାଙ୍କ ଜୀବନରେ ଅନେକ କିଛି ହରାଇଛନ୍ତି। କିନ୍ତୁ କରୋନା ମହାମାରୀ ସମୟରେ ସେ ବହୁତ କିଛି ପାଇଛନ୍ତି। ଗତ ଦୁଇ ବର୍ଷରେ ତାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେତେବେଳେ ସେ ଫିଲ୍ମ ଛାଡ଼ିଦୋକୁ ନିଷ୍ପତ୍ତି ନେଇଥିଲେ। ଏନେଇ ସେ କହିଥିଲେ ଯେ ମୁଁ ଅଭିନେତା ହେବା ପରେ ମୋ ପରିବାରକୁ ହାଲ୍କାରେ ନେଇଗଲି। ପରିବାର ମୋ ସହିତ ରହିଛି ବୋଲି ଭାବି ମୁଁ ଦର୍ଶକଙ୍କ ହୃଦୟ ଜିତିବାକୁ ବାହାରି ପଡ଼ିଲି। ମଣିଷ କୌଣସି କାମ କଲେ ଆରମ୍ଭରୁ ସେ ଖୁବ୍ ବ୍ୟସ୍ତ ରହେ। ହେଲେ ମୁଁ ୩୦-୩୫ ବର୍ଷ ମୋ କାମରେ ବ୍ୟସ୍ତ ରହି ପରିବାରକୁ ଭୁଲିଗଲି।
ଅମୀର ନିଜକୁ ସମାଲୋଚନା କରିବା ସହିତ କହିଛନ୍ତି ମୁଁ ସ୍ୱାର୍ଥପର ଥିଲି। କେବଳ ନିଜ ବିଷୟରେ ହିଁ ଭାବି ଚାଲିଥିଲି। ମୁଁ ମୋ ପିଲାମାନଙ୍କ ସହିତ ରହୁଥିଲି ସତ କିନ୍ତୁ ସେମିତି ନୁହେଁ ଯେମିତି ଜଣେ ବାପା ରହିବା କଥା। ଆଜି ୫୬-୫୭ ବର୍ଷରେ ମୋତେ ଏକଥାର ଅନୁଭବ ହେଉଛି। ତଥାପି ଯାହା ହେଲା ଭଲ ହେଲା। ୮୬ ବର୍ଷରେ ଯଦି ଏକଥା ସବୁ ଭାବିଥାନ୍ତି ତେବେ ମୁଁ କିଛି କରିପାରି ନଥାନ୍ତି। ତେଣୁ ଭାବିଲି ଆଉ ଫିଲ୍ମରେ ଅଭିୟନ କରିବି ନାହିଁ। ମୁଁ ଫିଲ୍ମ ତିଆରି କରିବି ଓ ସବୁ ସମୟ ପରିବାରକୁ ଦେବି। ତେଣୁ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ଚାହୁଁଛି। ତେବେ ଏକଥା କେତେଦୂର ସତ ତାହା ସମୟ କହିବ।
Powered by Froala Editor