ଆର୍ଥ ଆୱାର ପାଳନ କଲେ ନବୀନ, ଅନ୍ଧାର ହେଲା ନବୀନ ନିବାସ

ଭୁବନେଶ୍ବର: ଶନିବାର ସମଗ୍ର ବିଶ୍ୱରେ ଆର୍ଥ ଆୱାର ପାଳନ କରାଯାଇଛି । ପୃଥିବୀର ସୁରକ୍ଷା ଲାଗି ପ୍ରତିବର୍ଷ ମାର୍ଚ୍ଚ ମାସ ଶେଷ ଶନିବାର ଆର୍ଥ ଆୱାର ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଳିଛନ୍ତି ଆର୍ଥ ଆୱାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାତି ୮.୩୦ ରୁ ୯.୩୦ ପର୍ୟ୍ୟନ୍ତ ଏକ ଘଣ୍ଟା ପାଇଁ ଆର୍ଥ ଆୱାର ପାଳନ କରିଛନ୍ତି । ଏହି ସମୟରେ ନବୀନ ନିବାସର ସମସ୍ତ ବୈଦ୍ୟୁତିକ ସରଞ୍ଜାମ ବନ୍ଦ ରହିଥିଲା ।
ଆର୍ଥ ଆଓ୍ଵାରରେ ଅନାବଶ୍ୟକ ବିଦ୍ୟୁତ୍ ପ୍ରବାହ ବନ୍ଦ ରଖିବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି । ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନି ସହରରେ ଲୋକମାନେ ଘଣ୍ଟାଏ କାଳ ଲାଇଟ୍ ବନ୍ଦ ରଖି ଏହାକୁ ପାଳନ କରିଥିଲେ । ୨୦୦୮ ମସିହା ପରଠାରୁ ଏହା ବିଶ୍ୱସ୍ତରରେ ପାଳନ କରାଯାଉଛି । ୨୦୧୦ ମସିହାରେ ଆମେରିକାରେ ୧୬ପ୍ରତିଶତ ଜନସାଧାରଣ ଏହାକୁ ସମର୍ଥନ ଜଣାଇଥିଲେ। ୨୦୧୬ ମସିହାରେ ମୁମ୍ବାଇରେ ଆର୍ଥ ଆଓ୍ଵାର ପାଳନରେ ୮୦ ମେଗାଓ୍ଵାଟ ବିଦ୍ୟୁତ ବଞ୍ଚି ପାରିଥିଲା । ୨୦୧୦ ମସିହା ପରଠାରୁ ରାଜ୍ୟରେ ଆର୍ଥ ଆଓ୍ଵାର କାର୍ୟ୍ୟକ୍ରମ ପାଳନ କରାଯାଉଛି ।
Powered by Froala Editor