ମେଡିକାଲ ସ୍ପଟ୍ ନାମଲେଖା, ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଏମବିବିଏସ ଓ ବିଡିଏସ୍ ପାଠ୍ୟକ୍ରମ ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ । ସରକାରୀ ଓ ଘରୋଇ ମେଡିକାଲ କଲେଜର ରାଜ୍ୟ କୋଟାରେ ଥିବା ୧୪୬୬ ସିଟ୍ ମଧ୍ୟରୁ ୧୪୩୯ଟି ପୂରଣ ହୋଇଛି । ଆଉ ୨୭ଟି ସିଟ୍ ବାକି ରହିଛି । ସେଥିରେ ଏମବିବିଏସ୍ ୧୨ଟି ଓ ବିଡିଏସର ୧୫ଟି ସିଟ୍ ରହିଛି । ଓଜେଇଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏସସିବି ମେଡିକାଲ କଲେଜର ୧୧୨ ଓ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ୨୧୩ଟି ଏମବିବିଏସ୍ ସିଟ୍ ପୂରଣ ହୋଇଛି ।
ସେହିପରି ଭିମସାର ବୁର୍ଲା, ବାରିପଦା ମେଡିକାଲ କଲେଜ, କୋରାପୁଟ ମେଡିକାଲ କଲେଜ, ବଲାଙ୍ଗୀର ଓ ପୁରୀ ମେଡିକାଲ କଲେଜ, ବଲାଙ୍ଗୀର ଓ ପୁରୀ ମେଡିକାଲ କଲେଜର ସମସ୍ତ ସିଟ୍ ପୂରଣ ହୋଇଯାଇଛି । ଫକିରମୋହନ ମେଡିକାଲ କଲେଜର ଗୋଟିଏ, ହାଇଟେକ୍ ଭୁବନେଶ୍ୱରର ୩ଟି, ହାଇଟେକ୍ ରାଉରକେଲାର ୮ଟି ଏମବିବିଏସ୍ ସିଟ୍ ଖାଲି ରହିଛି । ବିଡିଏସ୍ ପାଠ୍ୟକ୍ରମରେ ଏସସିବି ମେଡିକାଲ କଲେଜର ୫୪ଟି ସିଟ୍ ପୂରଣ ହୋଇ ଯାଇଥିବାବେଳେ ହାଇଟେକ୍ ମେଡିକାଲ କଲେଜରେ ୧୫ଟି ସିଟ୍ ଖାଲି ପଡିଥିବା ଜଣାପଡିଛି ।
Powered by Froala Editor