ଲାରା ଦତ୍ତା କରୋନା ସଂକ୍ରମିତ
ବଲିଉଡର ଜଣାଶୁଣା ଅଭିନେତ୍ରୀ ଲାରା ଦତ୍ତା କରୋନା ସଂକ୍ରମିତ ହୋଇଛନ୍ତି । ତେଣୁ ବିଏମସି ତାଙ୍କ ଘର ସିଲ୍ କରିଛନ୍ତି । ଏଥିସହ ଘର ବାହାରେ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ରେ ପୋଷ୍ଟର ଲଗାଇଛି ବିଏମସି।
ସୂଚନା ମୁତାବକ, କେବଳ ଲାରା ହିଁ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ପରିବାର ଅନ୍ୟ କୌଣସି ସଦସ୍ୟ ସଂକ୍ରମିତ ହୋଇନଥିବା ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ଲାରା ଇନଷ୍ଟାଗ୍ରାମରେ ନିଜ ବାନ୍ଧବୀ ତଥା ଅଭିନେତ୍ରୀ ସେଲିନା ଜେଟ୍ଙ୍କୁ ପିଲାଙ୍କ ସହ ନିଜ ଝିଅର କିଛି ଫଟୋକୁ ଶେଆର କରିଥିଲେ। ଏଥିରେ ସେଲିନାଙ୍କ ପିଲାଙ୍କ ସହ ଲାରାଙ୍କ ଝିଅ ମସ୍ତି କରୁଥିବା ଦେଖିବାକୁ ମିଳିଥିଲା।
Powered by Froala Editor