ଭୋପାଳବାସୀଙ୍କ ବାବଦରେ ମନ୍ତବ୍ୟ ଦେଇ ବିବାଦରେ ବିବେକ, ଥାନାରେ ମାମଲା

ଫିଲ୍ମ 'ଦ କଶ୍ମୀର ଫାଇଲ୍ସ'ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଭୋପାଳବାସୀଙ୍କୁ ଲୋକେ ଅନେକ ସମୟରେ ସମଲିଙ୍ଗୀ ଭାବନ୍ତି ବୋଲି ବିବେକ ଏକ ସାକ୍ଷାତକାରରେ କହିଥିଲେ। ଏହି ଭିଡିଓ କ୍ଲିପ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି। ଏହି ମନ୍ତବ୍ୟକୁ ନେଇ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଏହି ଘଟଣାରେ ମୁମ୍ବାଇର ଭର୍ସୋଭା ଥାନାରେ ବିବେକଙ୍କ ବିରୋଧରେ ୨୭ ବର୍ଷୀୟ ପିଆର୍ ମ୍ୟାନେଜର ରୋହିତ ପାଣ୍ଡେ ଅଭିଯୋଗ କରିଛନ୍ତି। ରୋହିତ ନିଜେ ଭୋପାଳବାସୀ ହୋଇଥିବା ବେଳେ ତୁରନ୍ତ ତାଙ୍କ ମାମଲା ପଞ୍ଜିକୃତ କରାଯାଉ ବୋଲି ସେ ଦାବି କରିଛନ୍ତି।
ଏକ ସାକ୍ଷାତ୍କାର୍ରେ ବିବେକ କହିଥିଲେ ଯେ ଭୋପାଳବାସୀଙ୍କର ନୱାବୀ ଈଚ୍ଛା ପାଇଁ ଲୋକମାନେ ଅନେକ ସମୟରେ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି। ଏହି ସାକ୍ଷାତ୍କାରର ଭିଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ବିବାଦ ବଢ଼ିବାରେ ଲାଗିଛି। ଭାଇରାଲ୍ ହେଉଥିବା ଭିଡିଓରେ ବିବେକ କହୁଛନ୍ତି ” ମୁଁ ଭୋପାଳରୁ ଆସିଛି। କିନ୍ତୁ ମୁଁ ନିଜକୁ ଭୋପାଳି ବୋଲି କହେ ନାହିଁ। କାରଣ ଏହା ଲୋକମାନଙ୍କ ମନରେ ଗୋଟେ ଅଲଗା ଧାରଣ ସୃଷ୍ଟି କରେ। ଯଦି କେହି ଜଣେ ନିଜକୁ ଭୋପାଳୀ ବୋଲି କହେ ସାଧାରଣ ଲୋକମାନ ତାଙ୍କର ନୱାବୀ ଚିନ୍ତାଧାର ପାଇଁ ତାଙ୍କୁ ସମଲିଙ୍ଗୀ ବୋଲି ଭାବନ୍ତି।”
Powered by Froala Editor