ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା

ଭୁବନେଶ୍ୱର: ନିର୍ବାଚନ ବିଜୟ ଉତ୍ସବରେ ଲାଗିଲା କଟକଣା । ବିଜୟୀ ପ୍ରାର୍ଥୀ ବିଜୟ ଉତ୍ସବ କରିପାରିବେନି । ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଯାଏଁ କେହି ବି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି ।
ସେପଟେ, ଭୋଟ୍ ଗଣତି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି । ହେଲେ ଭୁବନେଶ୍ବର ସ୍ଥିତ ବିଜେବି କଲେଜ ଷ୍ଟ୍ରଙ୍ଗରୁମରେ ୨ ଘଣ୍ଟା ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଛି । ୪ଟି ପର୍ୟ୍ୟାୟରେ ଏଠାରେ ଗଣତି କରାଯିବ । ତେବେ ରାଉଣ୍ଡ-୧ ଭୋଟ ଗଣତି ଅନୁଯାୟୀ ବିଜେଡିର ସୁଲୋଚନା ଦାସ ଆଗୁଆ ରହିଛନ୍ତି । ସେ ୭୨୪୮ଭୋଟରେ ଆଗୁଆ ରହିଛନ୍ତି । ସେହିପରି ରାଉଣ୍ଡ-୧ ଅନୁଯାୟୀ ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ୪୬୦୬ ଭୋଟ ଓ କଂଗ୍ରେସ ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ୟ୍ୟ ୨୬୫ଭୋଟ ପାଇଛନ୍ତି ।
କୋଭିଡ ସ୍ଥିତି ଯୋଗୁଁ ଷ୍ଟ୍ରଙ୍ଗରୁମ ବିଶୋଧନ ପାଇଁ ଗଣତି ଡେରି ହୋଇଥିବା ସୂଚନା ମିଳିଛି । ସେହିପରି ଗଣତି ସମୟରେ ଷ୍ଟ୍ରଙ୍ଗରୁମ ଭିତର ଓ ବାହାରପଟର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।
Powered by Froala Editor