କେଉଁ ଦଳ କେଉଁଠି ଜିତିଲା, ଜାଣନ୍ତୁ
ଭୁବନେଶ୍ୱର: ଭୁବନେଶ୍ୱର: ରାଜ୍ୟରେ ଚାଲିଛି ପୌର ଭୋଟ ଗଣତି । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ରାଜ୍ୟର ୫୮ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଭୋଟ ଗଣତି ଚାଲିଛି । ଭଦ୍ରକ ଜିଲ୍ଲାର ନବଗଠିତ ଧାମନଗର ଏନଏସିରେ ଭୋଟ ଗଣତି ହେବ ନାହିଁ । ୬ଟି ଓ୍ୱାର୍ଡରେ ପୁନଃ ମତଦାନ ହେବାକୁ ଥିବାରୁ ଏଠାରେ ଗଣତି ସ୍ଥଗିତ ରଖାଯାଇଛି । ପ୍ରତି ବିଜ୍ଞାପିତ ପରିଷଦ ଗଣତି କେନ୍ଦ୍ରରେ ୨ଟି ଟେବୁଲରେ କାଉଣ୍ଟିଂ ହେଉଛି ।
-ଅନୁଗୁଳ ଜିଲ୍ଲା ତାଳଚେରରେ ବିଜେଡିର ପବିତ୍ର ଭୂତିଆ ବିଜୟୀ ହୋଇଛନ୍ତି ।
-ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟସ୍ୱାଲ, ପାଟଣାଗଡରେ ବିଜେଡିର ମାନସୀ ବିଶ୍ୱାଳ ବାଜି ମାରିଛନ୍ତି ।
-ବରଗଡ ଜିଲ୍ଲା ବରଗଡ ମୁ୍ୟନିସିପାଲିଟିରେ ବିଜେଡିର କଳ୍ପନା ମାଝୀ, ବିଜେପୁରରେ ବିଜେଡିର ସୀତା ବାରିକ ୬୪୧ ଭୋଟରେ ଓ ପଦମପୁରରେ ବିଜେଡିର ସାବିତ୍ରୀ ବାଗ, ବରପାଲିରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହୀର ବିଜୟୀ ହୋଇଛନ୍ତି ।
-ବୌଦ୍ଧ ଜିଲ୍ଲା ବୌଦ୍ଧ ଏନଏସିରେ ବିଜେଡିର ମୃତୁ୍ୟଞ୍ଜୟ ମିଶ୍ର ବିଜୟୀ ହୋଇଛନ୍ତି ।
-କଟକ ଜିଲ୍ଲା ଆଠଗଡରେ ବିଜେଡିର ସସ୍ମିତା ରାଉତ, ବାଙ୍କିରେ ବିଜେଡିର ମାଣିକ ସାହୁ, ଚୌଦ୍ୱାରରେ ବିଜେଡିର ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ ବିଜୟଲାଭ କରିଛନ୍ତି । -ଦେବଗଡରେ ବିଜେଡିର ଶାନ୍ତିମଂଜରୀ ଦେଇ ବିଜୟୀ ହୋଇଛନ୍ତି ।
-ଢେଙ୍କାନାଳରେ ବିଜେପିର ଜୟନ୍ତୀ ପାତ୍ର, ଭୁବନରେ ବିଜେଡିର ଶୁଭେନ୍ଦୁ ସାହୁ, କାମାକ୍ଷାନଗରରେ ବିଜେଡିର ଧର୍ମାନନ୍ଦ ପରିଡା ବିଜୟୀ ହୋଇଛନ୍ତି ।
-ଗଞ୍ଜାମ ଜିଲ୍ଲା ସୋରଡାରେ ବିଜେଡିର ଶିବଶଙ୍କର ପଣ୍ଡା, ଦିଗପହଣ୍ଡିରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା, ବେଲକୁଣ୍ଡାରେ ବିଜେଡିର ଫିରୋଜ ସେଠୀ ବିଜୟୀ ହୋଇଛନ୍ତି।
-ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବିଜେପିର ପ୍ରମିଳା ପଣ୍ଡା ବାଜି ମାରିଛନ୍ତି ।
-ମାଲକାନାଗିରି ଜିଲ୍ଲା ବାଲିମେଳାରେ ବିଜେପିର ପ୍ରଦୀପ ନାୟକ ବିଜୟୀ ହୋଇଛନ୍ତି । ମାଲକାନାଗିରିରେ ବିଜେଡିର ମନୋଜ ବାରିକ ବିଜୟୀ ହୋଇଛନ୍ତି । କରଞ୍ଜିଆରେ ବିଜେଡିର ପପି ପୃଷ୍ଟି ବିଜୟୀ ହୋଇଥିବାବେଳେ ରାଇରଙ୍ଗପୁରରେ ବିଜେଡିର ଅଭିଶେକ ପଟ୍ଟନାୟକ, ଉଦଳାରେ ବିଜେପିର ପ୍ରମିଳା ପଣ୍ଡା ବିଜୟୀ ହୋଇଛନ୍ତି ।
-ନୟାଗଡ ଜିଲ୍ଲାର ନୟାଗଡ ମୁ୍ୟନିସିପାଲିଟିରେ ବିଜେଡିର ନିରୂପମା ଖଟେଇ ବିଜୟୀ ହୋଇଛନ୍ତି । ଖଣ୍ଡପଡାରେ ସ୍ୱାଧୀନ ପ୍ରାର୍ଥୀ ଆରତି ପ୍ରଧାନ, ରଣପୁରରେ ବିଜେଡିର ରଂଗୀନ ମହାନ୍ତି ବିଜୟୀ ହୋଇଛନ୍ତି
-ନବରଙ୍ଗପୁର ଜିଲ୍ଲାରେ ବିଜେପିର କୁନୁ ନାୟକ, ଉମରକୋଟରେ ବିଜେଡିର ରାଧା ଭତ୍ରା ବିଜୟୀ ହୋଇଛନ୍ତି ।
-ନୂଆପଡା ଜିଲ୍ଲାର ନୂଆପଡା ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ, ଖରିଆର ରୋଡରେ ବିଜେପିର ସୋନିଆ ଅଗ୍ରୱାଲ ବିଜୟୀ ହୋଇଛନ୍ତି ।
-ପୁରୀ ଜିଲ୍ଲା କୋଣାର୍କ ଏନଏସିରେ ବିଜେଡିର ସଂଯୁକ୍ତା ତ୍ରିପାଠୀ ବିଜୟଲାଭ କରିଛନ୍ତି ।
-ରାୟଗଡା ଜିଲ୍ଲା ଗୁଡାରୀରେ ବିଜେଡିର ଶର୍ମିଷ୍ଠା ଶବର, ଗୁଣୁପୁରରେ ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ ବିଜୟୀ ହୋଇଛନ୍ତି ।
-ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବିଜେଡିର ପ୍ରଦୁ୍ୟତ କୁମାର ମହାନ୍ତି, ରେଢାଖୋଲରେ ବିଜେପିର ଶିବରାମ ସାହୁ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁରରେ ବିଜେଡିର ତାମସୀ ତାମସ୍ମିତା ନାୟକ, ବିନିକାରେ ବିଜେଡିର ସୁବାସ ଭୋଇ, ତରଭାରେ ବିଜେଡିର ବନ୍ଦିତା ନାୟକ ବିଜୟୀ ହୋଇଛନ୍ତି ।
-ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ ହୋଇଛନ୍ତି ।
Powered by Froala Editor