୬୦୦ ଆସନରେ ବିଜେଡ଼ି, ୧୫୦ ଆସନରେ ବିଜେପି ଆଗୁଆ

ଭୁବନେଶ୍ୱର : ପୌର ଭୋଟ ଗଣତି ଜାରି ରହିଛି । ବିଜେଡ଼ି ଭଲ ପ୍ରଦର୍ଶନ କରିବା ସହ ଏବେ ୬୦୦ରୁ ଉଦ୍ଧ୍ୱର୍ ଆସନରେ ଆଗୁଆ ଥିବାବେଳେ ୧୫୦ ଆସନରେ ବିଜେପି ଆଗୁଆ ରହିଛି । ଅପରପକ୍ଷରେ କଂଗ୍ରେସ ୪୮ ଓ ଅନ୍ୟାନ୍ୟ ୪୬ ସ୍ଥାନରେ ଆଗୁଆ ରହିଛନ୍ତି ।
ସମସ୍ତଙ୍କ ନଜର ଏବେ ୩ ମହାନଗର ନିଗମ ଉପରେ । ଭୁବନେଶ୍ୱରରେ ବିଜେଡ଼ି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଆଗରେ ରହିଛନ୍ତି । ଯେତେବେଳେକି ବିଜେପି ପ୍ରାର୍ଥିନୀ ଡକ୍ଟର ସୁନୀତ ମୁଣ୍ଡ ଓ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟ ପଛରେ ରହିଯାଇଛନ୍ତି । କଟକରେ ବିଜେଡ଼ି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂ ନିର୍ବାଚନ ଲଢ଼ୁଥିଲେ । ଏବେ ସେ ଆଗୁଆ ଥିବା ଜଣାପଡ଼ିଛି । କଟକରେ କଂଗ୍ରେସ ପକ୍ଷରୁ ଗିରିବାଳା ବେହେରା ଓ ବିଜେପିର ଶ୍ରୀତମ ଦାସ ଲଢ଼ୁଛନ୍ତି ।
ସମ୍ପ୍ରତି ୧୦୮ ପୌର ପରିଷଦ, ଏନଏସି ଓ ମହାନଗର ନିଗମ ପାଇଁ ଭୋଟ ଗଣତି ଜାରି ରହିଛି । ବିଜେଡ଼ି ସମ୍ପ୍ରତି ୬୨ ପୌରାଂଚଳରେ ଆଗୁଆ ରହିଛି । ଯେତେବେଳେକି ବିଜେପି ୧୮, କଂଗ୍ରେସ ୬ ଓ ଅନ୍ୟାନ୍ୟ ୭ ସ୍ଥାନରେ ଆଗୁଆ ରହିଛନ୍ତି ।
Powered by Froala Editor