ବୀରଭୂମି ହତ୍ୟାକାଣ୍ଡ : ଏସ୍ଆଇଟି ନୁହେଁ, ତଦନ୍ତ କରିବ ସିବିଆଇ
ପଶ୍ଚିମବଙ୍ଗର ବୀରଭୂମିରେ ୮ ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରିବା ଘଟଣାର ସିବିଆଇ ତଦନ୍ତ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ SIT ନୁହେଁ, ସିବିଆଇ ହିଁ ଘଟଣାର ତଦନ୍ତ କରିବା ବୋଲି ଆଜି ନିର୍ଦ୍ଦେଶ ଦେଇଛନ୍ତି କୋଲକତା ହାଇକୋର୍ଟ। ଆସନ୍ତା ଏପ୍ରିଲ ୭ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି।
ବୀରଭୂମ ହିଂସା ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ଅନୁସନ୍ଧାନ କାରୀ ଦଳ (ଏସ୍ଆଇଟି) ତଦନ୍ତରେ କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ବିଫଳ ହୋଇଛନ୍ତି ବୋଲି କଲିକତା ହାଇକୋର୍ଟ କହିଛନ୍ତି।
ମାର୍ଚ୍ଚ ୨୫ ତାରିଖ, ଶୁକ୍ରବାର ଦିନ କଲିକତା ହାଇକୋର୍ଟ ବୀରଭୂମ ହିଂସା ମାମଲାର ତଦନ୍ତ ପାଇଁ ଗଠିତ ବଙ୍ଗଳା ସରକାରଙ୍କ ସ୍ୱତନ୍ତ୍ର ଅନୁସନ୍ଧାନ ଦଳର ତଦନ୍ତ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହା ଅନୁସନ୍ଧାନରେ କୌଣସି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବାରେ ବିଫଳ ହୋଇଛି। ଏହି ପରିପ୍ରେକ୍ଷୀରେ କଲିକତା ହାଇକୋର୍ଟ ଶୁକ୍ରବାର ଦିନ ଏସଆଇଟିକୁ ଏହି ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor