ବାଇକ୍ ବିକି ଲୋକଙ୍କ ପାଇଁ ଅକ୍ସିଜେନ କଷ୍ଟ୍ରେଟର କିଣିବେ ହର୍ଷବର୍ଦ୍ଧନ

ମହାମାରୀରେ ଲୋକଙ୍କ ସେବା ପାଇଁ ସେଲିବ୍ରିଟି ଆଗେଇ ଆସୁଛନ୍ତି । ଏଥିରେ ଯୋଡି ହୋଇଛନ୍ତି ବଲିଉଡର ଅଭିନେତା ହର୍ଷବର୍ଦ୍ଧନ ରାଣେ । ହର୍ଷବର୍ଦ୍ଧନ ଅକ୍ସିଜେନ କଷ୍ଚ୍ରେଟର କିଣିବାକୁ ନିଜ ବାଇକ ବିକିଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ‘ଅକ୍ସିଜେନ କଷ୍ଚ୍ରେଟର ବଦଳରେ ମୋ ବାଇକ ବିକ୍ରି କରୁଛି । ହାଇଦ୍ରାବାଦରେ ମୋତେ ଭଲ କଷ୍ଚ୍ରେଟର ଖୋଜିବାରେ ସାହାଯ୍ୟ କରନ୍ତୁ।’
ହର୍ଷବର୍ଦ୍ଧନଙ୍କ ଛଡା ଅନେକ ସେଲିବ୍ରିଟି ନିଜ ନିଜ ସୋସିଆଲ ମିଡ଼ିଆ ପେଜ ସାହାଯ୍ୟରେ ଲୋକଙ୍କୁ ସହାୟତା କରୁଛନ୍ତି । ବଲିଉଡର ଅନେକ କଳାକାର କରୋନା ବିରୋଧରେ ସଂଗ୍ରାମ କରିବାକୁ ଏକଜୁଟ ହୋଇଛନ୍ତି । ଅଭିନେତା ସୋନୁ ସୁଦ, ଭୂମି ପେଡନେକର, ସଲମାନ ଖାନ, ରବିନା ଟଣ୍ଡନ, ଗୁରମୀତ ଚୌଧୁରୀ, ହର୍ଷବର୍ଦ୍ଧନ ରାଣେ, ପଙ୍କଜ ତ୍ରିପାଠୀ, ବିନୀତ ସିଂହଙ୍କ ସମେତ ଅନେକ କଳାକାର କରୋନା ବିରୋଧରେ ଲଢ଼ିବାକୁ ଓ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏମାନଙ୍କ ବ୍ୟତୀତ ଲୋକପ୍ରିୟ ଓ ବରିଷ୍ଠ ଗାୟିକା ଲତା ମଙ୍ଗେସକର ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ସେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୭ ଲକ୍ଷ ଟଙ୍କା ଯୋଗଦାନ କରିଛନ୍ତି।
Powered by Froala Editor