ବିଜୁଳି ବିଲରେ ଗାଁ ଉପଭୋକ୍ତାଙ୍କ ପାଇଁ ରିହାତି ମିଳିବ ୧୦%

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷରେ ବିଜୁଳି ଦର ବୃଦ୍ଧି ପାଇବ ନାହିଁ । ଗତବର୍ଷ ଯାହା ଥିଲା ଏବେ ବି ସମାନ ଦର ରହିବ । ତେବେ ଗାଁ ଉପଭୋକ୍ତାଙ୍କ ପାଇଁ ରିହାତି ମିଳିବ । ଗାଁର ଉପଭୋକ୍ତମାନେ ଯଦ ଠିକ ସମୟରେ ବିଜୁଳି ବିଲ ପଇଠ କରିବେ ତେବେ ସେମାନଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମଳିବ । ସେହିଭଳି ସିଙ୍ଗଲ ଫେଜ ଉପଭୋକ୍ତା ଯଦି ଡିଜିଟାଲ ମୋଡ଼ରେ ବିଲ ପ୍ରଦାନ କରନ୍ତି ଓ ଯେଉଁ ମାସର ବିଲ ସେହି ମାସରେ ପଇଠ କରନ୍ତି ତେବେ ସେମାନଙ୍କୁ ଅନ୍ୟ ସବୁ ରିହାତି ବ୍ୟତୀତ ଆଉ ୩% ରିହାତି ମିଳିବ ।
୨୦୨୨-୨୩ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ ନିୟାୟକ ଆୟୋଗଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଅପ୍ରେଲ ପହିଲାରୁ ଏହି ନୂତନ ବିଜ୍ଞପ୍ତି କାର୍ଯ୍ୟକାରୀ ହେବ ।
ନୂତନ ବିଜ୍ଞପ୍ତି ଅନୁସାରେ ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ହାରାହାରି ୩ ଟଙ୍କା ଦେବାକୁ ପଡ଼ିବ । ଏହି କ୍ରମରେ ୫୧ରୁ ୨୦୦ ୟୁନିଟ ଯାଏଁ ୪ ଟଙ୍କା ୮୦ ପଇସା, ୨୦୧ରୁ ୪୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ଦର ୫ ଟଙ୍କା ୮୦ ପଇସା ରହିବ । ସେହିପରି ୪୦୦ ୟୁନିଟରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ଦର ୬ ଟଙ୍କା ୨୦ ପଇସା ରହିବ ।
Powered by Froala Editor