ଆଜି ଠାରୁ ବିଧାନସଭା ସଂକ୍ଷିପ୍ତ ଅଧିବେଶନ, ରାଜ୍ୟପାଳ ଦେବେ ଉଦବୋଧନ
ଭୁବନେଶ୍ୱର : ଆଜିଠାରୁ ବିଧାନସଭାର ସଂକ୍ଷିପ୍ତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ବଜେଟ ଅଧିବେଶନର ପ୍ରଥମାର୍ଦ୍ଧରେ ତିନି ମାସିଆ କାମଚଳା ବଜେଟ ଆଗତ କରାଯିବ ।
ବଜେଟ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହକୁ ସମ୍ବୋଧିତ କରିବେ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ସମେତ ଅନ୍ୟ ଦିବଂଗତଙ୍କ ଉଦେ୍ଧଶ୍ୟରେ ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରସ୍ତାବ ଆଗତ କରିବେ ।
ସେହିପରି ୩୦ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ତିନିମାସିଆ କାମଚଳା ବଜେଟ ଆଗତ କରିବେ । ଚଳିତ ବିଧାନସଭା ସଂକ୍ଷିପ୍ତ ସମୟ ପାଇଁ ହୋଇଥିଲେ ମଧ୍ୟ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ବିଧାନସଭା ଅଧିବେଶନ ପାଇଁ ପୂର୍ବରୁ ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇଥିଲେ ।
ଅପରପକ୍ଷରେ ବିଧାନସଭାରେ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି । ଚତୁଃପାଶ୍ୱର୍ରେ କଡ଼ା ସୁରକ୍ଷା ବଳୟ କରାଯିବା ସହ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
Powered by Froala Editor