କୋର୍ଟରେ ବିକ୍କି-କାଟ୍ରିନା, କାହିଁକି ଜାଣନ୍ତୁ...
ବିବାହର ତିନି ମାସ ପରେ ବିକ୍କି କୌଶାଲ ଓ କାଟ୍ରିନା କୈଫ କୋର୍ଟରେ ପହଞ୍ଚିଛନ୍ତି। ଦୁଇ ଜଣଙ୍କ ପରିବାର ଲୋକେ ମଧ୍ୟ କୋର୍ଟ ଯାଇଛନ୍ତି। ଆଶ୍ଚର୍ଯ୍ୟ ହୁଅନ୍ତୁନି । କୌଣସି ବିବାଦ ପାଇଁ ନୁହେଁ । ବରଂ ମ୍ୟାରେଜ ରେଜିଷ୍ଟ୍ରୀ କରିବା ପାଇଁ ସେମାନେ କୋର୍ଟ ଯାଇଥିବା ଜଣାପଡିଛି । ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଦୁହେଁ ଶନିବାର ତଥା ମାର୍ଚ୍ଚ ୧୯ ତାରିଖରେ ତାଙ୍କ ବିବାହ ପଞ୍ଜିକୃତ କରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାଟ୍ରିନା ଏବଂ ବିକ୍କିଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଉଭୟଙ୍କୁ ପରିବାର ସହ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ପୂରା ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଡିନର ପାର୍ଟି କରି ଫେରୁଥିବା ଦେଖିବାକୁ ମିଳିଥିଲା।
ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକମାନେ ସାମିଲ୍ ହୋଇଥିଲେ ।
Powered by Froala Editor