୪ ଜିଲ୍ଲାରେ ୪୦ ଟପିଲା ତାପମାତ୍ରା, ଟିଟିଲାଗଡ଼ ସବୁଠୁ ତତଲା

ଆଜି ରାଜ୍ୟର ୪ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଠାରୁ ଅଧିକ ରହିଛି। ୪୧.୪ ସହ ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିର ୪୧.୩, ସମ୍ବଲପୁର ଓ ବୌଦ୍ଧ ୪୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେହିପରି ବାରିପଦାରେ ୩୯.୫, କଟକରେ ୩୫ ଡିଗ୍ରୀ, ଭବାନୀପାଟଣାରେ ୩୯.୬ ଏବଂ ଭୁବନେଶ୍ୱରରେ ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ତାଳଚେରରେ ୩୯.୦ ଡିଗ୍ରୀ, ଭବାନୀପାଟଣାରେ ୩୯.୬ ଡିଗ୍ରୀ, କୋରାପୁଟରେ ୩୬.୦ ଡିଗ୍ରୀ, ଫୁଲବାଣୀରେ ୩୮.୨ ଡିଗ୍ରୀ, ହୀରାକୁଦରେ ୩୮.୯ ଡିଗ୍ରୀ, ମାଲକାନଗିରିରେ ୩୭.୫ ଡିଗ୍ରୀ, ସୋନପୁରରେ ୩୯.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୪.୫ ଡିଗ୍ରୀ, ନୟାଗଡ଼ରେ ୩୯.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୩.୦ ଡିଗ୍ରୀ, ଭଦ୍ରକରେ ୩୮.୦ ଡିଗ୍ରୀ ଓ ଯାଜପୁରରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।
Powered by Froala Editor