ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଦେହାନ୍ତ

ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତା ଅଭିଷେକ ଟାର୍ଟାଜୀଙ୍କ ଗୁରୁବାର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ବିଗତ କିଛିଦିନ ହେଲା ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ ଅଭିଷେକ । ଅନେକ ଚେଷ୍ଟା ପରେ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଅଧିକ କିଛି ତଥ୍ୟ ମଧ୍ୟ ଆସି ନାହିଁ। ଅଭିଷେକଙ୍କ ମୃତ୍ୟୁ ପରେ ସିନେମାଜଗତ ଦୁଃଖରେ ଭାଙ୍ଗି ପଡ଼ିଛି ।
ବେଙ୍ଗଲ ଚଳଚ୍ଚିତ୍ର ଦୁନିଆରେ ଅଭିଷେକ ୧୯୮୬ରେ କ୍ୟାରିଅର ଆରମ୍ଭ କରିଥିଲେ। ତୁରଣ ମଜୁମଦାରଙ୍କ ନିର୍ଦ୍ଦେଶିତ ପାଠଭୋଲା ସିନେମାରେ ସେ ପ୍ରଥମେ ଅଭିନୟ କରିଥିଲେ। ଅଭିଷେକଙ୍କ ଅଭିନୀତି ଅନ୍ୟତମ ଫିଲ୍ମ ମଧ୍ୟରେ ‘ଓରା ଚାର୍ଜନ, ତୁମି କୋତୋ ସୁନ୍ଦର, ସୁରେରେ ଆକାଶେ, ତୋଫାନ, ମର୍ଯ୍ୟାଦା, ଅମର ପ୍ରେମ, ପାପି, ଜୀବନ ପ୍ରଦୀପ, ପୁରୁଷୋତ୍ତମ ଆବିର୍ଭାଆବ, ଅର୍ଜୁନ ଆମର ନାମ ଏବଂ ସବୁଜ ସାଥୀ ଆଦି ରହିଛି। ଭେଟାରାନ କଳାକାର ଅଭିଷେକ ଟେଲିଭିଜନରେ ମଧ୍ୟ କାମ କରିଛନ୍ତି। ଅଭିନୟ ସହ ପାଠପଢ଼ାରେ ବି ପାରଙ୍ଗମ ଥିଲେ ଅଭିଷେକ । ସେ କୋଲକାତା ବିଶ୍ୱବିଦ୍ୟାଳୟର ଆନନ୍ଦରାମ ଜୟପୁରିଆ କଲେଜରୁ ଗ୍ରାଜୁଏଟ୍ ପାସ୍ କରିଥିଲେ । ଅଭିଷେକଙ୍କ ମୃତ୍ୟୁରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।
Powered by Froala Editor