ଭୋଟ ଦେଲେ ମେୟର ପ୍ରାର୍ଥୀ ଶ୍ରୀତମ ଦାସ

କଟକ: ରାଜ୍ୟରେ ପୌର ନିର୍ବାଚନ ପାଇଁ ମଦଦାନ ଜାରି ରହିଛି । କଟକରେ ୫୯ ଟି ୱାର୍ଡରେ ୪ ଲକ୍ଷ ୫୦ ହଜାର ମତଦାତା ମତଦାନ କରୁଛନ୍ତି । ତେବେ ବିଜେପି ମେୟର ପାର୍ଥୀ ଶ୍ରୀତମ ଦାସ ନିଜ ସପରିବାରଙ୍କ ସହ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ।ମାନସିଂପଟଣା ଉଚ୍ଚ ବିଦ୍ୟାଳୟରେ ଭୋଟ ଦେଇଛନ୍ତି ଶ୍ରୀତମ ଦାସ । ତେବେ ଜନମତ ବିଜେପି ସପକ୍ଷରେ ଆସିବ ବୋଲି ସେ ମତପ୍ରକାଶ କରିଛନ୍ତି ।
ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ପଡୁଛି ଭୋଟ । ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛୁଛନ୍ତି । ଏଥିର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
Powered by Froala Editor