ପୌର ନିର୍ବାଚନ, ସ୍ତ୍ରୀ ପାଇଁ ଟଙ୍କା ବାଣ୍ଟି ଥାନରେ ସ୍ୱାମୀ

ଭଦ୍ରକ: ଆଜି ଆରମ୍ଭ ହୋଇଛି ପୌର ନିର୍ବାଚନ ପାଇଁ ଭୋଟିଂ । ନେତା ବାଛୁଛନ୍ତି ସହରବାସୀ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ଆରମ୍ଭ ହୋଇଛି । ରାଜ୍ୟର ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ଆରମ୍ଭ ହୋଇଛି ଭୋଟ ।
ତେବେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଭଦ୍ରକ ୮ ନଂ ୱାର୍ଡରେ ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଟଙ୍କା ବାଣ୍ଟି ଥାନାରେ ଅଟକ ରହିଛନ୍ତି । ଭଦ୍ରକ ପୌରପାଳିକା ଅଧିନ ୮ ନମ୍ବର ୱାର୍ଡର ସ୍ୱାଧୀନ ପ୍ରାର୍ଥିନୀଙ୍କ ସ୍ୱାମୀ ଦେବବ୍ରତ ମହାନ୍ତି ଟଙ୍କା ବାଣ୍ଟୁଥିବା ଅଭିଯୋଗ ଆସିଥିଲା । ଏନେଇ ସ୍ଥାନୀୟ ଲୋକେ ଦେବବ୍ରତ ମହାନ୍ତିଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ମାଜିଷ୍ଟେଟଙ୍କ ଉପସ୍ଥିତିରେ ଯାଞ୍ଚ କରିଥିଲେ। ଏହି ସମୟରେ ତାଙ୍କ ଠାରୁ ୨୫ ହଜାର ୬୧୦ ଟଙ୍କା ଜବତ ହୋଇଛି । ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖିଛି ।
Powered by Froala Editor