ବେବି ବମ୍ପ ସହ ଫଟୋ ସେୟାର କଲେ ସୋନମ

ମାଆ ହେବାକୁ ଯାଉଛନ୍ତି ସୋନମ କପୁର । ସୋନମ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କିଛି ଫଟୋ ସେୟାର କରିବା ସହ ବେବି ବମ୍ପ ଦେଖାଇଛନ୍ତି । ଏହା ସହିତ ନିଜ ଗର୍ଭବତୀ ଥିବା କଥା କହିଛନ୍ତି । ବେବି ବମ୍ପ ସହିତ ସୋନମ ସେୟାର କରିଥିବା ଫଟୋରେ ସେ ସ୍ୱାମୀ ଆନନ୍ଦଙ୍କ କୋଳରେ ଶୋଇଛନ୍ତି । ଫଟୋଗୁଡ଼ିକରେ ସୋନମ ଏକ କଳା ପୋଷାକ ପିନ୍ଧିଛନ୍ତି ଏବଂ ପେଟରେ ଥିବା ଛୁଆ ଉପରେ ହାତ ରଖିଛନ୍ତି । ସୋନମଙ୍କ ଏହି ଫଟୋ ଗୁଡ଼ିକ ଉପରେ ବଲିଉଡ ତାରକାଙ୍କ ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି ।
ସୋନମ ଲେଖିଛନ୍ତି – ଚାରି ହାତ, ଯିଏ ତୁମର ଯଥା ସମ୍ଭବ ଯତ୍ନ ନେବ । ଦୁଇଟି ହୃଦୟ ଯାହା ତୁମ ସହିତ ଧକ୍ ଧକ୍ କରିବ । ଏକ ପରିବାର ଯିଏ ତୁମଙ୍କୁ ପ୍ରେମ ଏବଂ ସମର୍ଥନ ଦେବ । ଆମେ ତୁମର ଆଗମନକୁ ଅପେକ୍ଷା କରିଛୁ । ଏହାପୂର୍ବରୁ ସୋନମ ଗର୍ଭବତୀ ଥିବା ଖବର ମଧ୍ୟ ଆସିଥିଲା କିନ୍ତୁ ଅଭିନେତ୍ରୀ ଏହାକୁ ସୋସିଆଲ ମିଡିଆ ମାଧ୍ୟମରେ ଗୁଜବ ବୋଲି କହିଥିଲେ ।
Powered by Froala Editor