ଏଠାରେ ହୋଲିରେ ନିଜ ଜୀବନ ସାଥୀଙ୍କୁ ଖୋଜନ୍ତି ଯୁବକ ଯୁବତୀ

ମଧ୍ୟପ୍ରଦେଶର ଭୀଲ ଆଦିବାସୀମାନଙ୍କ ଗ୍ରାମରେ ହୋଲିର ରଙ୍ଗ ବିବାହ ସମ୍ମତି ଦେଇଥାଏ । ଏଠାରେ ହୋଲିର ପ୍ରାୟ ସାତ ଦିନ ପୂର୍ବରୁ ଏକ ମେଳା ଆୟୋଜନ ହୁଏ ଯାହାକୁ ହାଟ ବୋଲି କୁହନ୍ତି । ଭୀଲ ଆଦିବାସୀମାନେ ଏହି ହାଟରୁ ନିଜ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରିବା ସହ ଅବିବାହିତ ଯୁବକ ଯୁବତୀ ମାନେ ନିଜର ଜୀବନ ସାଥୀଙ୍କୁ ଖୋଜିଥାଆନ୍ତି ।
ଏଥିପାଇଁ ଭୀଲ ଯୁବକ ମାନେ ମାଦଲ ବଜାଇ ନୃତ୍ୟ କରିବା ସହ ସେଠାରେ ବସିଥିବା ଯୁବତୀମାନଙ୍କ ମଧ୍ୟରୁ ନିଜ ପସନ୍ଦର ଯୁବତୀଙ୍କ ଗାଲରେ ଅବିର ଲଗାଇଥାନ୍ତି । ଯଦି ସେହି ଯୁବତୀ ପ୍ରତି ବଦଳରେ ସେହି ଯୁବକଙ୍କ ଗାଲରେ ଅବିର ନଲଗାନ୍ତି ଏଥିରେ ତାଙ୍କର ସମ୍ମତି ନଥିବା ଜଣାଯାଏ । ଏବଂ ଯୁବକ ଅନ୍ୟଜଣେ ଯୁବତୀଙ୍କୁ ଖୋଜି ତାଙ୍କ ଗାଲରେ ଅବିର ଲଗାଇ ସମ୍ମତି ଆଶା କରନ୍ତି । ଦୁହିଁଙ୍କ ସମ୍ମତି ମିଳିବା ପରେ ସେମାନେ ସେଠାରୁ ଭାଗି ପଳାଇଥାଆନ୍ତି । ହୋଲି ଦିନ କିମ୍ବା ତା’ ପୂର୍ବରୁ ବିବାହ କରିବାକୁ ହୋଇଥାଏ । ଯୁବକ ଯୁବତୀ ପରସ୍ପର ସହ ଭାଗି ପଳାଉଥିବାରୁ ଏହି ପରମ୍ପରାକୁ ଭଗୋରିୟା ବୋଲି କୁହାଯାଏ ।
Powered by Froala Editor