ଠକେଇ ଅଭିଯୋଗ : ଶିଳ୍ପାଙ୍କ ମା’ଙ୍କ ନାଁରେ ୱାରେଣ୍ଟ ଜାରି
ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ମା’ ସୁନନ୍ଦାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ । ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନ ପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ ଏହା ପୂର୍ବରୁ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ଠକେଇ ମାମଲାରେ ଏକ ସମନ ଜାରି କରିଥିଲେ। ସୋମବାର ସେସନ୍ସ ଜଜ୍ ଏଜେଡ୍ ଖାନ ଶିଳ୍ପା ଓ ଶମିତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଉପରେ ରୋକ୍ ଲଗାଇ ଦେଇଥିଲେ। କିନ୍ତୁ ତାଙ୍କ ମା’ଙ୍କୁ ଛାଡ଼ି ନ ଥିଲେ।
କୋର୍ଟ କହିଥିଲେ କି, ୨୦୦୭ ଜାନୁଆରୀରେ ଶିଳ୍ପାଙ୍କ ଦିବଙ୍ଗତ ବାପା ସୁରେନ୍ଦ୍ର ଶେଟ୍ଟୀଙ୍କୁ ଜଣେ ବ୍ୟବସାୟୀଙ୍କୁ ସୁଧ ସହ ଟଙ୍କା ଦେବାର ଥିଲା। ତେବେ ତାଙ୍କ ମୃତ୍ୟୁ ପରେ ଶିଳ୍ପା, ଶମିତା ଏବଂ ସୁନନ୍ଦା ୨୦୧୫ ରେ ସେମାନଙ୍କ ବାପା ଋଣ ନେଇଥିବା ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ବ୍ୟବସାୟୀ ଶିଳ୍ପା, ଶମିତା ଏବଂ ସେମାନଙ୍କ ମା’ ଏହି ଋଣ ପରିଷୋଧ କରିବାରକୁ ମନା କରିଦେଇଥିବା ବ୍ୟବସାୟୀ ଜଣକ ଅଭିଯୋଗ କରିଛନ୍ତି। ତେଣୁ ଏହି ୩ ଜଣଙ୍କ ବିରୋଧରେ ବ୍ୟବସାୟୀ ଜୁହୁ ପୋଲିସ ଷ୍ଟେଶନରେ ଠକେଇ ମାମଲା ରୁଜୁ କରାଇଥିଲେ। ତେବେ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ।
ସୂଚନା ମୁତାବକ, ଗତବର୍ଷ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ନାଁରେ ଅଶ୍ଳୀଳ ଫିଲ୍ମ ତିଆରି କରିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଜୁଲାଇ ୨୦୨୧ରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଥିଲେ। ଦୁଇ ମାସ ଜେଲ୍ରେ ରହିବା ପରେ ତାଙ୍କୁ ଜାମିନ ମିଳିଥିଲା।
Powered by Froala Editor