ପଶ୍ଚିମବଙ୍ଗରେ ଆମେ ସରକାର କରିବୁ : ବିଜେପି
କୋଲକାତା : ଚଳିତ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୨୦୦ ସିଟ ଆସନ ପାଇବା ପାଇଁ ସ୍ଲୋଗାନ ଦେଇଥିଲା । କିନ୍ତୁ ପ୍ରାରମ୍ଭିକ ଗଣତିରେ ସେଭଳି ସୂଚନା ମିଳିନାହିଁ । ବରଂ ଟିଏମସି ପାଖାପାଖି ୨୦୦ ଆସନରେ ଆଗୁଆ ଥିବାବେଳେ ବିଜେପି କିନ୍ତୁ ୧୦୦ ସିଟରେ ବି ଅଗ୍ରଣୀ ହାସଲ କରିପାରିନାହିଁ । ତେବେ ବିଜେପି ମୁଖପାତ୍ର ଗୌରବ ଭାଟିଆ କହିଛନ୍ତିଯେ, ଏବେ ପ୍ରାରମ୍ଭିକ ଭୋଟ ଗଣତି ହେଉଛି । କୋଭିଡ଼ ପ୍ରୋଟୋକଲ ପାଇଁ ଗଣତି ବିଳମ୍ବିତ ହୋଇଛି । ତେବେ ଆଗକୁ ବିଜେପି ଅଧିକ ଭୋଟ ପାଇବ । ଆମେ ନିଶ୍ଚିତ ପଶ୍ଚିମବଙ୍ଗରେ ସରକାର ଗଢ଼ିବୁ ବୋଲି ବିଜେପି ମୁଖପାତ୍ର କହିଛନ୍ତି । ସେହିପରି ପଶ୍ଚିମବଙ୍ଗରେ ବିଜେପି ଐତିହାସିକ ସଫଳତା ପାଇଛି ବୋଲି ମୁଖପାତ୍ର ସମ୍ବିତ ପାତ୍ର ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟଯେ, ବିଭିନ୍ନ ଏକଜିଟ ପୋଲରେ ପଶ୍ଚିମବଙ୍ଗରେ କଡ଼ା ଟକ୍କର ହେବବୋଲି ଆକଳନ କରାଯାଇଥିଲା । ତେବେ ମମତା ପୁଣି ସରକାର ଗଢ଼ିବେ ବୋଲି ମତପ୍ରକାଶ ପାଇଥିଲା । କିନ୍ତୁ ଏବେ ଦୁଇ ତିନି ରାଉଣ୍ଡ ଭୋଟ ଗଣତି ହୋଇଥିବାବେଳେ ଟିଏମସି ବହୁମତ ଠାରୁ ଅଧିକ ଆସନରେ ଆଗରେ ରହିଛି । ଅପରପକ୍ଷରେ ମମତା ବାନାର୍ଜୀ କିନ୍ତୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୪ ହଜାର ଭୋଟରେ ପଛୁଆ ରହିଛନ୍ତି ।
Powered by Froala Editor