ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲା : ସନ୍ଦେହ ଘେରରେ ୱେବ ପୋର୍ଟାଲ ମାଲିକାଣୀ

କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟାକୁ ନେଇ ନୂଆ ନୂଆ ଫର୍ଦ୍ଦ ଖୋଲିବାରେ ଲାଗିଛି । ମାନସଙ୍କ ହତ୍ୟା ପଛରେ ଜଣେ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଏହି ମହିଳା ଜଣଙ୍କ ହତ୍ୟାକାଣ୍ଡ ପଛରେ ଥିବା କୁହାଯାଉଛି। ଏନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାର ସୂଚନା ମିଳିଛି। ଚର୍ଚ୍ଚା ହେଉଛି ଯେ ୱେବ ପୋର୍ଟାଲ ମାଲିକାଣୀ ଜଣକ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ଜରିଆରେ ଅଶ୍ଳୀଳ ଫିଲ୍ମର ସୁଟିଂ କରାଉଥିଲେ। ଅଶ୍ଳୀଳ ଫିଲ୍ମର କିଛି କ୍ଲିପ୍ ମାନସ ନିଜ ପାଖରେ ରଖିଥିଲେ, ଯାହାକୁ ୱେବ୍ ପୋର୍ଟାଲ ମାଲିକାଣୀ ମାଗୁଥିଲେ ବି ମାନସ ଦେଉନଥିଲେ। ଏହି କାରଣରୁ ତାଙ୍କୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ନିକଟରୁ ଅପହରଣ କରାଯାଇ ପରେ ଭୁବନେଶ୍ବର ଉପକଣ୍ଠ ପୁହା କଣ୍ଟିଲୋଠାରେ ଥିବା ଦୟାଲ ବୃଦ୍ଧାଶ୍ରମରେ ମାନସଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ଆଶ୍ରମର ତଳ ମହଲାରେ ନିରାଶ୍ରୟ ବୁଢ଼ାବୁଢ଼ି ରହୁଥିଲେ । ଉପର ମହଲାରେ ସମ୍ପୃକ୍ତ ୱେବ ଚ୍ୟାନେଲର ଅଫିସ୍ ଚାଲୁଥିଲା । ଉକ୍ତ ୱେବ୍ ଚ୍ୟାନେଲର ଅଫିସରେ ଅଶ୍ଲୀଳ ଭିଡିଓ ସୁଟିଂ କରାଯାଉଥିବା ସନ୍ଦେହ କରାଯାଉଛି । ମାନସଙ୍କୁ ହତ୍ୟା ପର ଠାରୁ ୱେବ ଚ୍ୟାନେଲର ମାଲିକାଣି ଶର୍ମିଷ୍ଠା ରାଉତ ଫେରାର୍ ହୋଇ ଯାଇଥିବା ବେଳେ ଫୋନ୍ ସୁଇଚ୍ ଅଫ୍ ରହିଛି । ତାଙ୍କ ସହିତ ନିରଂଜନ ସେଠୀ ଓ ଆଉ କିଛି ଜଣ ବ୍ୟକ୍ତି ଫେରାର ଥିବା ଜଣାଯାଇଛି।
ସୂଚନା ଯେ, ଚାନ୍ଦବାଲିରେ ବାହାଘର ସୁଟିଂ ସାରି ଫେବ୍ରୁଆରୀ ୭ ତାରିଖରେ ବସଷ୍ଟାଣ୍ଡକୁ ଫେରିବା ବେଳେ ମାନସଙ୍କୁ ଅପହରଣ କରିଥିଲେ ୫ ଜଣ ଅଭିଯୁକ୍ତ । ଅପହରଣ ପରେ ମାନସଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ୮ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ମାନସଙ୍କ ମୃତଦେହ ନୟାଗଡ଼ରେ ପୋତି ଦେଇଥିଲେ ।
Powered by Froala Editor