ସାଉଦି ଆରବରେ ଦିନକରେ ଏକାବେଳେ ୮୧ଜଣଙ୍କୁ ଫାଶୀ

ରିଆଦ: ସାଉଦି ଆରବରେ ପ୍ରଥମ ଥର ଗୋଟିଏ ଦିନରେ ଓ ଏକ ସମୟରେ ଗତକାଲି ୮୧ଜଣଙ୍କୁ ଫାଶୀ ଦିଆଯାଇଛି । ଗତ ବର୍ଷକ ମଧ୍ୟରେ ଯେତିକି ଫାଶୀ ଦଣ୍ଡ କାର୍ଯ୍ୟକାରୀ ହୋଇଛି, ତାହାଠାରୁ ଏହା ଯଥେଷ୍ଟ ଅଧିକ । ଗତ ବର୍ଷକ ମଧ୍ୟରେ ମୋଟ ୬୯ଜଣଙ୍କୁ ଫାଶୀ ଦିଆଯାଇଥିଲା । ଆତଙ୍କବାଦ ଅଭିଯୋଗରେ ସରକାର ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି । ସେମାନଙ୍କ ମଧ୍ୟରୁ ୭୩ଜଣ ସାଉଦୀ ନାଗରିକ ହୋଇଥିବାବେଳେ ୭ଜଣ ୟେମେନ୍ ଓ ଜଣେ ସିରିଆ ନାଗରିକ ।
ସେମାନେ ଅଲ-କାଏଦା, ଆଇଏସ୍ଆଇଏସ୍, ୟେମେତ୍ର ହାଉତି ବିଦ୍ରୋହୀ ଗୋଷ୍ଠୀ ଭଳି ଆତଙ୍କବାଦୀ ସଂଗଠନର ସଦସ୍ୟ । ସେମାନେ ବହୁ ଆତଙ୍କବାଦୀ ଆକ୍ରମଣ ଓ ହତ୍ୟାକାଣ୍ଡ ଘଟଣାରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରକାଶ କରାଯାଇଛି । ସାଉଦି ଆଇନାନୁସାରେ ତିନି ପର୍ଯ୍ୟାୟରେ ୧୩ଜଣ ବିଚାରପତି ସେମାନଙ୍କ ବିରୋଧରେ ଆଗତ ମାମଲାର ବିଚାର କରି ରାୟ ଶୁଣାଇଥିଲେ ।
Powered by Froala Editor