ଆଇପିଏଲ୍ ପିଚ୍କୁ ପୁଣି ଫେରିଲେ ମାଲିଙ୍ଗା

ପୁଣି ଆଇପିଏଲ୍କୁ ଫେରିଛନ୍ତି ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଲସିଥ ମାଲିଙ୍ଗାଙ୍କୁ ଦ୍ରୁତ ବୋଲିଂ କୋଚ୍ ନିଯୁକ୍ତ କରିଛି । ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ସହ ରହିଥିଲେ । ଏନେଇ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ଏଥିରେ ମାଲିଙ୍ଗାଙ୍କୁ ଦଳ ସ୍ୱାଗତ ମଧ୍ୟ କରିଛି ।
୨୦୦୮ ସିଜିନ ପରେ ରାଜସ୍ଥାନ ରୟାଲ ଟିମ୍ କୌଣସି ବି ଲିଗ୍ ଜିତିବାରେ ସଫଳ ହୋଇନାହିଁ ଏମିତି କି ଟିମ୍ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଯାଇପାରି ନାହିଁ । ରାଜସ୍ଥାନ ରୟାଲ ୨୦୨୧ ସିଜିନରେ ୫ଟି ମ୍ୟାଚ ଜିତିବା ସହ ୯ଟି ମ୍ୟାଚରେ ପରାଜୟ ସ୍ୱାଦ ଚାଖିଥିଲା । ମାଲିଙ୍ଗା ଫେରିବା ପରେ ରାଜସ୍ଥାନ ରୟାଲ ମାଲିଙ୍ଗାଙ୍କୁ ନିଜ ଦଳକୁ ସ୍ୱାଗତ କରିଛି ।
ଗତବର୍ଷ ମାଲିଙ୍ଗା କ୍ରିକେଟ୍ରୁ ସନ୍ୟାସ ନେଇଥିଲେ। ମହାମାରୀ କରୋନା ଯୋଗୁଁ ବର୍ଷ ୨୦୨୦ରେ ମଧ୍ୟ ଆଇପିଏଲ୍ ମ୍ୟାଚ୍ ଖେଳିନଥିଲେ। ତେବେ ଚଳିତ ଲିଗ୍ରେ ମାଲିଙ୍ଗା ବୋଲି କୋଚ୍ ରୂପେ ପୁଣିଥରେ ପିଚ୍କୁ ଫେରୁଛନ୍ତି। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି ।
Powered by Froala Editor