ବେଲୁନ ବିକାଳିରୁ ମଡେଲ୍ : ଏମିତି ବଦଳିଗଲା କିସ୍ବୁଙ୍କ ଜୀବନଯାତ୍ରା
ଦିନେ ରାସ୍ତା କଡରେ ବେଲୁନ ବିକୁଥିଲେ । ଆଜି ତାଙ୍କ ଚେହେରା ଦେଖିଲେ କୌଣସି ମଡେଲଠୁ କମ୍ ଲାଗୁନାହାନ୍ତି । ତେବେ ଏସବୁ କମାଲ ଫଟୋଗ୍ରାଫର ଅର୍ଜୁନ କ୍ରୀଷ୍ଣନ୍ ଙ୍କ ପାଇଁ । କେରଳରେ ବେଲୁନ୍ ବିକ୍ରି କରୁଥିବା କିସ୍ବୁ ନାମକ ଯୁବତୀଙ୍କ ଜୀବନ ବଦଳାଇ ଦେଇଛନ୍ତି ଅର୍ଜୁନ ।
ଅଣ୍ଡାଲୁର୍ର କାଭୁ ଉତ୍ସବ ସମୟରେ ବେଲୁନ୍ ବିକ୍ରି କରୁଥିଲେ କିସ୍ବୁ । ଏହି ସମୟରେ ଫଟୋଗ୍ରାଫର ଅର୍ଜୁନ କୃଷ୍ଣନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ଜାନୁୟାରୀ ୧୭ରେ ସେ ଯୁବତୀଙ୍କ କିଛି ଫଟୋ ଉଠାଇଥିଲେ। ଏହାକୁ ଅର୍ଜୁନ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ। ଫଟୋଗୁଡ଼ିକ ବେଶ୍ ଭାଇରାଲ ହେବା ସହ ଚର୍ଚ୍ଚାକୁ ଆସିଥିଲା।
ଏହାପରେ ଅର୍ଜୁନ କିସ୍ବୁଙ୍କ ମେକ୍ଓଭର କରାଇଥିଲେ। ଏପରିକି ସେ ତାଙ୍କର ଏକ ଫଟୋଶୁଟ୍ କରାଇଛନ୍ତି। ସେଥିରୁ କିଛି ଫଟୋ ଓ ଭିଡିଓ ସେ ସୋସିଆଲ ମିଡିଆରେ ଶେୟାର କରିବା ସହ 'ଅଣ୍ଡାଲୁର୍ର ଗଳିରୁ ଲୋକମାନଙ୍କ ହୃଦୟ ପର୍ଯ୍ୟନ୍ତର ଯାତ୍ରା। ମେକ୍ଓଭର୍ ପରେ ତାଙ୍କ ମୁହଁରେ ଥିବା ଚମକ'ବୋଲି କ୍ୟାପ୍ଶନରେ ଲେଖିଛନ୍ତି।
ଭାଇରାଲ୍ ଫଟୋରେ କିସବୁ ପିନ୍ଧିଛନ୍ତି ଟ୍ରାଡିସନାଲ୍ ଶାଢ଼ୀ, ସୁନା ଅଳଙ୍କାର। କିସ୍ବୁଙ୍କର ଏହି ଗେଟ୍ଅପ୍ ପାଇଁ ମେକ୍ଅପ ଆର୍ଟିଷ୍ଟ ରେମ୍ୟା ପ୍ରାଜୁଲଙ୍କୁ ଦାୟିତ୍ବ ଦିଆଯାଇଥିଲା। ତେବେ ଫେଟୋ ଭାଇରାଲ ହେବା ପରେ କିସ୍ବୁଙ୍କ ଜୀବନଯାତ୍ରା ସତେ ଯେମିତି ବଦଳି ଯାଇଛି ।
Powered by Froala Editor