କାର୍ତ୍ତିକଙ୍କୁ ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଲେ ଏହି ଝିଅ
ଲକ୍ଷ ଲକ୍ଷ ଝିଅଙ୍କ ଦିଲ୍ର ଧଡକନ୍ କାର୍ତ୍ତିକ ଆର୍ଯ୍ୟନ। ତାଙ୍କ ପାଇଁ ଫ୍ୟାନ୍ମାନେ ପାଗଳ। ଏଭଳି ସ୍ଥିତିରେ ଏବେ ଜଣେ ଫ୍ୟାନ୍ କାର୍ତ୍ତିକଙ୍କ ଆଗରେ ବିବାହ ପ୍ରସ୍ତାବ ରଖିଦେଇଛନ୍ତି। କେବଳ ସେତିକି ନୁହେଁ ସେ କାର୍ତ୍ତିକଙ୍କ ଖୋଲାଖୋଲି ଯୌତୁକ ବାବାଦକୁ ୨୦ କୋଟି ଟଙ୍କା ଅଫର୍ କରିଛନ୍ତି।
ପ୍ରକୃତରେ କାର୍ତ୍ତିକ ନିକଟରେ ନିଜର ଏକ ଭିଡିଓ ଇନ୍ଷ୍ଟା ଷ୍ଟୋରୀରେ ଅପ୍ଲୋଡ୍ କରିଥିଲେ। ଏଥିରେ ତାଙ୍କର ଜଣେ କୁନି ଫ୍ୟାନ୍ ତାଙ୍କ ଫିଲ୍ମ ‘ଅର୍ଜୁନ ପାଠକ’ର ଡାଏଲଗ୍ କହୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ଛୋଟ ଝିଅଟି ସେହି ଭିଡିଓର କମେଣ୍ଟ ବକ୍ସରେ ତାଙ୍କୁ ବିବାହ ପାଇଁ କହି ୨୦ କୋଟି ଟଙ୍କା ଦେବା ନେଇ ଅଫର କରିଛନ୍ତି। କାର୍ତ୍ତିକ ଆର୍ଯ୍ୟନ ସେଥିରେ ପ୍ରତିକ୍ରିୟା ମଧ୍ୟ କରିଛନ୍ତି। ରିପ୍ଲାଏ ଦେଇ କହିଛନ୍ତି କେବେ ବାହା ହେବା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଏହି ପୋଷ୍ଟରେ ଅନେକ ଲୋକଙ୍କ କମେଣ୍ଟ ଆସିବା ଆରମ୍ଭ କରିଛି। କେହି କେହି କାର୍ତ୍ତିକଙ୍କୁ ପ୍ରଶଂସା କରିଥିଲେ ଏବଂ କେହି କେହି କୁନି ଝିଅର ସୁନ୍ଦରତାକୁ ପ୍ରଶଂସା କରିଛନ୍ତି।
Powered by Froala Editor