ନାଟୋ ୟୁକ୍ରେନର ସଦସ୍ୟତାକୁ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ଜାଣିସାରିଥିଲୁ : ଜେଲେନ୍ସ୍କି
ୟୁକ୍ରେନ୍କୁ ଗ୍ରହଣ କରିବା ପାଇଁ ‘ନାଟୋ’ ପ୍ରସ୍ତୁତ ନୁହେଁ । ନାଟୋ ସଦସ୍ୟତା ପାଇଁ ୟୁକ୍ରେନ ଆଶାୟୀ ନଥିବା ମଧ୍ୟ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି କହିଛନ୍ତି ।
ଏକ ସାକ୍ଷାତକାରରେ ଜେଲେନସ୍କି କହିଛନ୍ତି, ନାଟୋ ୟୁକ୍ରେନର ସଦସ୍ୟତାକୁ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ଆମେ ଜାଣିସାରିଥିଲୁ । ଏହି କାରଣରୁ ଏହା ଉପରେ ଚିନ୍ତା କରିବା ବନ୍ଦ କରି ସାରିଛି । ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ୍କୁ ମୁକାବିଲା କରିବା ଲାଗି ଭୟ କରୁଛି। ଏହାସହ ଜେଲେନସ୍କି କହିଛନ୍ତି, ମୁଁ ଏହିପରି ଦେଶର ରାଷ୍ଟ୍ରପତି ହେବାକୁ ଚାହିଁବିନି ଯିଏ ଆଣ୍ଠୁ ମାରି ଭିକ ମାଗୁଥିବ।
ଜେଲେନ୍ସ୍କି କହିଛନ୍ତି ଯେ, ଫେବ୍ରୁଆରି ୨୪ରେ ଆକ୍ରମଣ ପୂର୍ବରୁ ରୁଷ୍କୁ ସମର୍ଥନ କରୁଥିବା ୟୁକ୍ରେନ୍ର ଯେଉଁ ୨ଟି ବିଚ୍ଛିନ୍ନାଞ୍ଚଳକୁ ରାଷ୍ଟ୍ରପତି ପୁଟିନ୍ ସ୍ବାଧୀନ ଘୋଷଣା କରିଥିଲେ, ତା’ର ସ୍ଥିତାବସ୍ଥା କ୍ଷେତ୍ରରେ ମଧ୍ୟ ସେ ସାଲିସ କରିବାକୁ ପ୍ରସ୍ତୁତ ଅଛନ୍ତି।
ରୁଷର ଦାବି ଗୁଡିକ ଉପରେ ଜେଲେନସ୍କି ଆଲୋଚନା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । କେବଳ ସୁରକ୍ଷାର ଗ୍ୟାରେଣ୍ଟୀ ପାଇଁ ଦାବି କରିଛନ୍ତି। ସେ କହିଛନ୍ତି ଏହି ଦୁଇ ଅଞ୍ଚଳ ଉପରେ କୌଣସି ଦେଶର ଅଧିକାର ରହିବ ନାହିଁ । ରୁଷ ନିଜେ ଏକ ସ୍ୟୁଡୋ ରିପବ୍ଲିକ ଦେଶ। ଆଲୋଚନା ଜରିଆରେ ସମାଧାନ କରିବାକୁ ପ୍ରସ୍ତୁତ ଥିବା ଜେଲେନସ୍କି କହିଛନ୍ତି।
Powered by Froala Editor