କେରଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି

ନୂଆଦିଲ୍ଲୀ : କେରଳ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରିରହିଛି । ସମ୍ପ୍ରତି ପୋଷ୍ଟାଲ ବାଲାଟ ସହ କେତେକ ଇଭିଏମ ମେସିନ ଭୋଟ ବି ଗଣତି ହୋଇସାରିଛି । ଜାତୀୟ ଗଣମାଧ୍ୟମର ତଥ୍ୟ ଅନୁଯାୟୀ, କେରଳରେ ବାମମେଂଟ ୮୧ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ମେଂଟ ୫୫ ଆସନରେ ଆଗୁଆ ରହିଛି । ଯେତେବେଳେକି ଏନଡ଼ିଏ ୩ ଆସନରେ ଆଗୁଆ ଅଛି ।
୨୦୧୬ ବିଧାନସଭା ନିର୍ବାଚନରେ କେରଳରେ ବାମମେଂଟକୁ ୯୧ ଆସନ ମିଳିଥିଲା । ସିପିଆଇଏମକୁ ୫୮, ସିପିଆଇକୁ ୧୯, ଜେଡ଼ିଏସକୁ ୩, ଏନସିପିକୁ ୨ ଆସନ ମିଳିଥିବା ଅନ୍ୟଦଳମାନେ ବାକି ଆସନ ନେଇଥିଲେ । ସେହିପରି କଂଗ୍ରେସ ନେତୃତ୍ୱାଧୀନ ୟୂଡ଼ିଏଫକୁ ୪୭ ଆସନ ମିଳିଥିଲା । କଂଗ୍ରେସକୁ ୨୨, ଆଇୟୂଏମଏଲକୁ ୧୮, କେସିଏମକୁ ୬, କେସିଜେକୁ ୧ ଆସନ ମିଳିଥିଲା । ଯେତେବେଳେକି ବିଜେପି ଗୋଟିଏ ଆସନରେ ବାଜିମାତ କରିଥିଲା ।
Powered by Froala Editor