ମାର୍ଚ୍ଚ ୨୭ରୁ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ
ପୁଣି ଥରେ ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଉଡାଣ । ଦୁଇ ବର୍ଷ ପରେ ୨୦୨୨ ମାର୍ଚ୍ଚ ୨୭ରେ ପୁଣି ଏହି ସେବା ଆରମ୍ଭ ହେବ। ଏନେଇ ମଙ୍ଗଳବାର କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ଭାରତକୁ ବାହାର ଦେଶରୁ ଏବଂ ଭାରତରୁ ବିଦେଶକୁ ବାଣିଜ୍ୟିକ ବିମାନ ଉଡ଼ାଣ କରିବ।
ଉଲ୍ଲେଖଯୋଗ୍ୟ ଯେ, କରୋନା ମହାମାରୀ ଯୋଗୁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ୨୦୨୦ ମାର୍ଚ୍ଚ ୨୩ରେ କଟକଣା ଜାରି ହୋଇଥିଲା। ତେବେ ୨୦୨୦ ଜୁଲାଇଠାରୁ ଏୟାର ବବଲ ଯୋଜନା ଅନ୍ତର୍ଗତ ଭାରତ ସହିତ ପ୍ରାୟ ୪୦ ଟି ଦେଶ ମଧ୍ୟରେ ଅନ୍ତର୍ଜାତୀୟ ଉଡ଼ାଣ ହେଉଥିଲା।
Powered by Froala Editor