୫୦୦ କେଜିର ବୋମା ପକାଇଲା ରୁଷ : ୨ ଶିଶୁ ସମେତ ୧୮ ଜଣଙ୍କ ଜୀବନ ଚାଲିଗଲା

ମିସାଇଲ ଆଉ ଘନଘନ ଶକ୍ତିଶାଳୀ ବିସ୍ଫୋରକ ମାଡରେ ଛାରଖାର୍ ହୋଇଗଲାଣି ୟୁକ୍ରେନ୍ । ୟୁକ୍ରେନ୍ର ସୁମି ସହରରେ ଏକ ଆବାସିକ କୋଠାରେ ଏକ ୫୦୦ କିଲୋଗ୍ରାମର ବୋମା ପଡ଼ିବାରୁ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଅଛନ୍ତି। ରୁଷ ସେନା ଏହି ବୋମା ପକାଇଥିବା ୟୁକ୍ରେନ୍ର ସଂସ୍କୃତି ଓ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା ଅନ୍ୟ ଏକ ୫୦୦ କେଜି ବିଶିଷ୍ଟ ବୋମାର ଫଟୋ ଟ୍ୱିଟ୍ କରିଛନ୍ତି। ଏହି ବୋମାକୁ ରୁଷ ସେନା ପକ୍ଷରୁ ଚେର୍ନିହାଇଭରେ ପକାଯାଇଥିଲା। କିନ୍ତୁ ତାହା ବିସ୍ଫୋରଣ ହୋଇ ନଥିଲା। ଏହାକୁ ମଧ୍ୟ ଏକ ଆବାସିକ କୋଠାକୁ ଲକ୍ଷ୍ୟ କରି ନିକ୍ଷେପ କରାଯାଇଥିଲା।
ଏହି ଟ୍ୱିଟ୍ରେ ଦିମିତ୍ରୋ କୁଲେବା ଆହୁରି ଲେଖିଛନ୍ତି, ରୁଷ ସେନା ଆମ ଦେଶରେ ନିରୀହ ଲୋକଙ୍କୁ ହତ୍ୟା କରୁଛି। ଛୋଟ ଛୁଆଙ୍କୁ ବି ସେମାନେ ଛାଡ଼ୁ ନାହାନ୍ତି। ରୁଷର ଏହି ବର୍ବୋରଚିତ କାର୍ଯ୍ୟରୁ ଆମକୁ ଉଦ୍ଧାର କର। ରୁଷ ସେନା ଯୁଦ୍ଧ ବିମାନକୁ ମୁକାବିଲା କରିବାକୁ ଆମକୁ ସାହାଯ୍ୟ କର।
Powered by Froala Editor