ସୁଇମିଂ ପୁଲର ବୋଲ୍ଡ ଫଟୋ ସେୟାର କଲେ ସୋନ୍ୟା
ମୁମ୍ବାଇ: କଳା ରଙ୍ଗର ସୁଇମିଂ ସୁଟ୍ । ପୁଣି ପୋଜ୍ ପରେ ପୋଜ୍ । କେତେବେଳେ ପାଣି ଭିତରେ ତ ଆଉ କେତେବେଳେ ଅଧା ଉପରକୁ ଉଠି । ଭିନ୍ନ ଭିନ୍ନ ନଜର ଆନ୍ଦାଜରେ ସେକ୍ସି ଲୁକ୍ । ସୋସିଆଲ୍ ମିଡିଆରେ ଏଭଳି କିଛି ଫଟୋ ସେୟାର କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସୋନ୍ୟା ଅଯୋଧ୍ୟା । ତାଙ୍କର ଏହି ଫଟୋକୁ ଫ୍ୟାନ୍ ଓ ପ୍ରଶଂସକମାନେ ଖୁବ୍ ଲାଇକ୍ ଓ ସେୟାର କରୁଛନ୍ତି । ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି । ବହୁତ ଭଲ କମେଣ୍ଟ ମଧ୍ୟ ମିଳୁଛି । କିଏ ତାଙ୍କୁ ଜଳପରୀର ଆଖ୍ୟା ଦେଉଛି ତ ଆଉ କିଏ ସେକ୍ସି ବୋଲି ଲେଖୁଛି । ସୋନ୍ୟା ବି ତାଙ୍କ ପ୍ରଶଂସକଙ୍କ ଭଲ ପାଇବାକୁ ଯଥା ସମ୍ଭବ ଲାଇକ୍ କରୁଛନ୍ତି ।
ଏକତା କପୁରଙ୍କ ଟିଭି ସିରିଏଲ କସୌଟି ଜିନ୍ଦେଗୀ କି-୨ରେ ତନଭୀ ବଜାଜ ଏବଂ ନଜରରେ ରୁବି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ଅଭିନେତ୍ରୀ ସୋନ୍ୟା । ସୋସିଆଲ ମିଡିଆରେ ସୋନ୍ୟା ବହୁତ ସକ୍ରିୟ ଏବଂ ତାଙ୍କ ଫ୍ୟାନ୍ସଙ୍କ ସହ ଟଚରେ ରହିଥାନ୍ତି । ଏବେ ତାଙ୍କର ଏହି ବୋଲ୍ଡ ଫଟୋ ଫ୍ୟାନମାନଙ୍କୁ ଅଧିକରୁ ଅଧିକ ପସନ୍ଦ ଆସୁଛି । ପୁଲରେ ସୋନ୍ୟା ଚିଲ୍ କରୁଥିବା ଦେଖିବାକୁ ମିଳିଛି ।
Powered by Froala Editor