କପିଲ ଦେବଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନୀ

ଟିମ୍ ଇଣ୍ଡିଆର ଷ୍ଟାର୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଟେଷ୍ଟ କ୍ରିକେଟରେ ଭାରତର ଦ୍ୱିତୀୟ ସଫଳ ବୋଲର ହୋଇଛନ୍ତି। ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଚରିଥ ଅସଲଙ୍କାଙ୍କୁ ଆଉଟ୍ କରି ଅଶ୍ୱିନ୍ ଏହି ସଫଳତା ଅର୍ଜନ କରିଛନ୍ତି। ଏଥିସହ ସେ ୧୯୮୩ ବିଶ୍ୱକପ ବିଜେତା କପିଲ୍ ଦେବଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। କପିଲ ଦେବ ଟେଷ୍ଟ କ୍ରିକେଟରେ ୪୩୪ ଓ୍ୱିକେଟ ଅକ୍ତିଆର କରିଛନ୍ତି । ରବିଚନ୍ଦ୍ରନ ଅଶ୍ୱିନ ଏବେ ବି ମହାନ ସ୍ପିନର ଅନୀଲ କୁମ୍ଭଲେଙ୍କ ପଛରେ ରହିଛନ୍ତି । କୁମ୍ଭଲେ ତାଙ୍କ କ୍ୟାରିୟରରେ ୬୧୯ ଓ୍ୱିକେଟ ଅକ୍ତିଆର କରିଛନ୍ତି ।
ଅଶ୍ୱିନ୍ ଏବେ ଦୁନିଆର ନବମ ସଫଳ ଟେଷ୍ଟ ବୋଲର ହୋଇଛନ୍ତି। ଏବେ ତାଙ୍କ ଆଗରେ ଦକ୍ଷିଣ ଆଫ୍ରିକାର ସ୍ପୀଡଷ୍ଟର୍ ଡେଲ୍ ଷ୍ଟେନ୍ ରହିଛନ୍ତି, ଯିଏ ୯୩ ଟେଷ୍ଟରେ ୪୩୯ ୱିକେଟ୍ ନେଇଛନ୍ତି। ଷ୍ଟେନଙ୍କ ରେକର୍ଡ କାଟିବାକୁ ଅଶ୍ୱିନଙ୍କୁ ଆଉ ୪ ୱିକେଟ୍ ଆବଶ୍ୟକ ହେଉଛି। ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନ୍ ରେକର୍ଡ ଭାଙ୍ଗିପାରନ୍ତି।
Powered by Froala Editor