ମେସ୍ରେ ଗୁଳି ଫୁଟାଇଲେ କନେଷ୍ଟବଳ, ୫ ଯବାନ ମୃତ
ଅମୃତସରର ଖାସା ଗ୍ରାମରେ ଥିବା ‘ବିଏସ୍ଏଫ୍’ ମୁଖ୍ୟାଳୟ ମେସ୍ରେ ଗୁଳିକାଣ୍ଡ ଘଟିବାରୁ ପ୍ରାୟ ୫ଜଣ ଯବାନ୍ ନିହତ ହୋଇଛନ୍ତି । ଏ ସଂକ୍ରାନ୍ତ ‘ବିଏସ୍ଏଫ୍’ ଅଧିକାରୀମାନେ କହିଛନ୍ତି, ଅମୃତସର ଅନ୍ତର୍ଗତ ଖାସାରେ ୧୪୪ ବାଟାଲିୟାନ୍ର ମୁଖ୍ୟାଳୟରେ କନେଷ୍ଟବଳ ସଟ୍ଟେପା ଏସ୍କେ ଗୁଳି ଚଳାଇବାରୁ ୫ଜଣ ‘ବିଏସ୍ଏଫ୍’ ଯବାନ ଆହତ ହୋଇଥିଲେ। କନେଷ୍ଟବଳ ସଟ୍ଟେପା ଏସ୍କେ ମଧ୍ୟ ଏହି ଘଟଣାରେ ଆହତ ହୋଇଥିଲେ। ଆହତ ହୋଇଥିବା ୬ଜଣଙ୍କ ମଧ୍ୟରୁ କନେଷ୍ଟବଳ ସଟ୍ଟେପା ଏସ୍କେ ସମେତ ୫ଜଣ ପ୍ରାଣ ହରାଇଛନ୍ତି। ଜଣେ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି।
ତେବେ କାହିଁକି ଓ କେଉଁ କାରଣରୁ ମେସରେ ନିଯୁକ୍ତ କନଷ୍ଟେବଳ ଏହି ଗୁଳିକାଣ୍ଡ ଘଟାଇଲେ ତାହା ଜଣାପଡିନାହିଁ । ଘଟଣାର କାରଣ ଜାଣିବା ଲାଗି ‘କୋର୍ଟ ଅଫ୍ ଇନ୍କ୍ବାରି’ ଆଦେଶ ଦିଆଯାଇଛି। ସେପଟେ ଅଚାନକ ଏଭଳି ଖବର ମୃତ ପରିଜନଙ୍କୁ ଚକିତ କରିଛି । ମୃତକଙ୍କ ପରିବାରବରଗ ଘଟଣା ସ୍ଥଳରେ ପହଁଚିବାରେ ଲାଗିଛନ୍ତି ।
Powered by Froala Editor