ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ କଲା ଭାରତୀୟ ନୌସେନା

ଶନିବାର ଭାରତୀୟ ନୌସେନା ପକ୍ଷରୁ ବ୍ରହ୍ମୋସ ମିସାଇଲର ଉନ୍ନତ ସଂସ୍କରଣର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ନୌସେନାର ବୟାନ ଅନୁସାରେ, ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ୍ ମିଶାଇଲ । ଏହି କ୍ଷେପଣାସ୍ତ୍ର ବହୁ ଦୂର ପର୍ଯ୍ୟନ୍ତ ଲକ୍ଷଭେଦ କରି ଶତ୍ରୁ ପକ୍ଷକୁ ଆକ୍ରମଣ କରିପାରିବ।
ସୂଚନା ଅନୁସାରେ, ଜଳରୁ ଉତକ୍ଷପଣ ହୋଇପାରୁଥିବା ବ୍ରହ୍ମୋସ ମିସାଇଲ ଶତ୍ରୁଙ୍କୁ କଡ଼ା ଜବାବ୍ ଦେବ । ସମୁଦ୍ରରୁ ଏହି ମିସାଇଲ ଉତକ୍ଷପଣ କରିବାକୁ ବ୍ରହ୍ମୋସ ମିସାଇଲର ୪ଟି ଭାରିଏଣ୍ଟ ରହିଛି । ଯାହା ଶତ୍ରୁଙ୍କୁ ମାତ୍ ଦେବାକୁ ସକ୍ଷମ ହୋଇପାରିବ । ଭାରତର ଏହି ମିସାଇଲର ସଫଳ ପରୀକ୍ଷଣକୁ ଆତ୍ମନିର୍ଭର ଭାରତ ମିଶନର ସଫଳତା ସହ ଯୋଡ଼ା ଯାଇଛି । ଏହାକୁ ବିଶ୍ୱର ସବୁଠାରୁ ଲିଥାଲ କ୍ରୁଜ୍ ବୋଲି କୁହାଯାଉଛି। ଗତ ନଭେମ୍ବର ୨୦୨୦ରେ ଆଣ୍ଡାମାନ୍ ଏବଂ ନିକୋବର ଦୀପପୁଞ୍ଜରରେ ବ୍ରହ୍ମୋସ ସୁପର ସୁନିକ୍ କ୍ରୁଜ୍ ପରୀକ୍ଷଣ କରାଯାଇଥିଲା। ଏହା କ୍ଷେପଣାସ୍ତ୍ର ଉଭୟ ଜଳ ଏବଂ ସ୍ଥଳ ପଥରୁ ନିକ୍ଷେପ କରାଯାଇ ପାରିବ ।
Powered by Froala Editor