ଚେହେରାକୁ ଉଜ୍ଜ୍ୱଳ କରିଥାଏ ଧନିଆପତ୍ର

ଖାଦ୍ୟରେ ବ୍ୟବହାର ହେଉଥିବା ଧନିଆପତ୍ର ସ୍ୱାସ୍ଥ୍ୟପ୍ରତି ଖୁବ୍ ହିତକର ହୋଇଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସଡେଣ୍ଟସ୍, ବିଟା କେରୋଟିନ୍, ଭ୍ଟାମିନ ସି ଓ ଫୋଲେଟତ୍ତ୍ୱଚର ପାଇଁ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ । ଏହା ସହିତ ଧନିଆ ପତ୍ରରେ ଆଣ୍ଟିଫଙ୍ଗଲ ତତ୍ତ୍ୱ ଥିବାରୁ ସ୍କିନ୍ ଇନ୍ଫେକ୍ସନ ହେବାରୁ ବଞ୍ଚାଇଥାଏ । ଏହା ଶରୀରରୁ ତୈଳାକ୍ତ ଦୂର କରିବା ସହ ଚେହେରାରେ ଦାଗ ପଡିବାରୁ ରକ୍ଷା କରିଥାଏ । ଧନିଆ ପତ୍ରରୁ ପ୍ରସ୍ତୁତ ଫେସପ୍ୟାକ ଚେହେରାକୁ ଉଜ୍ଜ୍ୱଳ କରିବା ସହ ଅଏଲ୍ ଫ୍ରି ରଖିଥାଏ ।
ପ୍ରସ୍ତୁତି: ଧନିଆ ପତ୍ରକୁ ବାଟି ଏଥିରେ ଘିକୁଆଁରୀ ରସ ଓ କିଛି ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏବେ ଏହି ମିଶ୍ରଣକୁ ଭଲଭେବେ ଚେହେରାରେ ଲଗାନ୍ତୁ । ଅଧଘଣ୍ଟା ପର୍ଯନ୍ତ ଶୁଖିବା ପାଇଁ ଛାଡିଦିଅନ୍ତୁ, ପରେ ଥଣ୍ଡା ପାଣିରେ ମୁହଁ ଧୋଇଦିଅନ୍ତୁ । ଏହା କରିବା ଦ୍ୱାରା ମୁଖରେ କୁଞ୍ଚନ ପଡିନଥାଏ ।
. ୧ କପ୍ ଧନିଆପତ୍ର ବାଟି ଏଥରେ ୨ ଚାମଚ ଚାଉଳ ଗୁଣ୍ଡ ଓ ଗୋଟିଏ ଲେମ୍ବୁ ମିଶାଇ ଲଗାନ୍ତୁ । ଏହା ଶୁଖିଲାପରେ ଧୋଇ ନିଅନ୍ତୁ । ଧନିଆକୁ ଚାଉଳ ଗୁଣ୍ଡ ସହ ମିଶାଇ ଲଗେଇଲେ ଏହା ଏକ୍ସଫୋଲିଏଟର୍ ଭଳି କାମ କରିଥାଏ । ଯାହା ଆପଣଙ୍କ ମୁଖରେ ଚମକ ଆଣିବାରେ ସାହାଯ୍ୟ କରିଥାଏ ।
Powered by Froala Editor