ସୋସିଆଲ୍ ମତଡିଆରେ ଡିମିଟ୍ରି ମୋନାଟିକ୍ ସହିତ ଫଟୋ ସେୟାର କଲେ ଉର୍ବଶୀ, ହାସ୍ଟ୍ୟାଗ୍ରେ ୟୁକ୍ରେନ୍କୁ ସମର୍ଥନ

ମୁମ୍ବାଇ: ଋଷ-ୟୁକ୍ରେନ୍ ଭିତରେ ଚାଲିଛି ଘମାଘୋଟ ଲଢ଼େଇ । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ । ତୁରନ୍ତ ଏହା ବନ୍ଦ କରିବାକୁ ସବୁ ଦେଶର ପ୍ରତିନିଧିମାନେ ଲାଗି ପଡ଼ିଛନ୍ତି । ଶାନ୍ତି ଫେରାଇ ଆଣିବାକୁ ପ୍ରାଣପ୍ରଣେ ଉଦ୍ୟମ କରାଯାଉଛି । ଏଭଳି ସ୍ଥିତିରେ ବଲିଉଡ୍ ସୁନ୍ଦରୀ ଉର୍ବଶୀ ରୌତେଲା ୟୁକ୍ରେନ୍ ସୁପରଷ୍ଟାର ଡିମିଟ୍ରି ମୋନାଟିକ୍ଙ୍କ ସହିତ କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଏଥିସହିତ ଯୁଦ୍ଧ ବନ୍ଦ କରିବାକୁ ନିବେଦନ କରିଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ, ସେ ଷ୍ଟାଣ୍ଡ ଉଇଥ୍ ୟୁକ୍ରେନ୍ ହାସ୍ଟ୍ୟାଗ୍ ବ୍ୟବହାର କରିଛନ୍ତି ।
ଫଟୋଗୁଡ଼ିକ କିଛିଦିନ ପୂର୍ବର ଭଳି ଜଣାପଡ଼ୁଛି । ମୋନାଟିକ୍ଙ୍କ ସହିତ ଉର୍ବଶୀ ଫଟୋ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ଆମେ ଅନେକ କିଛି ଯୋଜନା କରିଥିଲୁ । କିଛି ପ୍ରୋଜେକ୍ଟ ପାଇଁ ନିଷ୍ପତ୍ତି ସରିଥିଲା । ହେଲେ ହଠାତ୍ ସବୁକିଛି ଓଲଟପାଲଟ ହୋଇଗଲା । ଯାହା ଆମେ କେବେ କଳ୍ପନା କରିନଥିଲୁ । ଏଥିସହିତ ସେ ମିସ୍ ୟୁ ମୋନାଟିକ୍ ଓ ମୋର ୟୁକ୍ରେନ୍ ପରିବାର ବୋଲି ଉଲ୍ଲେଖ କରିଛନ୍ତି ।
ଡିମିଟ୍ରି ମୋନାଟିକ୍ ୟୁକ୍ରେନ୍ର ଜଣେ ସୁପରଷ୍ଟାର । ସେ ଏକାଧାରାରେ ଜଣେ ଗୀତିକାର, ମ୍ୟୁଜିକ୍ କମ୍ପୋଜର୍ ଓ ଡ୍ୟାନ୍ସର । ତାଙ୍କର ସାରା ବିଶ୍ୱରେ ଅନେକ ଫ୍ୟାନ୍ସ ଅଛନ୍ତି । ଏପରିକି ତାଙ୍କର ଗୋଟିଏ ଗୋଟିଏ ଭିଡିଓ ୫ ମିଲିୟନ୍ ଭ୍ୟୁୟର୍ସ ଅତିକ୍ରମ କରେ ।
Powered by Froala Editor