ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଦେଖି ରାଗିଗଲା, ସାଙ୍ଗ ଯୌନାଙ୍ଗରେ ଚେଙ୍କ ମାରିଦେଲା
ମଦ ନିଶାରେ ସାଙ୍ଗର ସ୍ତ୍ରୀ ସହ ଅନୈତିକ ସମ୍ପର୍କ କଲା । ଯାହାର ପରିଣାମ ବି ଭୋଗିଲା । ସାଙ୍ଗ ଜାଣିବା ପରେ ନିସ୍ତୁକ ମାଡ ମାରିଲା । ରାଗ ଚରମରେ ଥିବାରୁ ଯୌନାଙ୍ଗରେ ସାଗାରେଟ୍ ଚେଙ୍କ ଲଗାଇଦେଲା । ଏ ଘଟଣାରେ ପୁଲିସ ଚେଙ୍କ ଦେଇଥିବା ସାଙ୍ଗ ସମେତ ୮ ଜଣଙ୍କୁ ଗିରଫ କରିଛି ।
ଗତ ୨୮ ତାରିଖରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ମୈଦଲପୁର ଫାଣ୍ଡି ଅଞ୍ଚଳର ଦୁଇ ସାଙ୍ଗ ମିଶି ମଦ ପିଇଥିଲେ। ମଦ ପିଆ ସରିବା ପରେ ସୋମନାଥ(ଛଦ୍ମନାମ) କୌଣସି କାମରେ ବାହାରକୁ ଯାଇଥିଲେ। ଆଉ ବନ୍ଧୁ ହିମାଂଶୁ(ଛଦ୍ମନାମ) ତାଙ୍କ ଘରେ ରହିଥିଲେ। ବିଳମ୍ୱିତ ରାତିରେ ସୋମନାଥ ଘରକୁ ଫେରିଥିଲେ। ସେତେବେଳେ ତାଙ୍କ ପତ୍ନୀଙ୍କ ସହିତ ହିମାଂଶୁ ଅସଞ୍ଜତ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ଆଉ ସଙ୍ଗେ ସଙ୍ଗେ ପଡ଼ୋଶୀ ଓ ଅନ୍ୟ ସାଥୀଙ୍କୁ ଡାକିଥିଲେ। ଗାଁ ଲୋକେ ହିମାଂଶୁକୁ ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ଦେଇ ବାଡ଼ିରେ ପ୍ରବଳ ପିଟି ଥିଲେ। ଏପରିକି ତାଙ୍କ ଯୌନାଙ୍ଗରେ ସିଗାରେଟ୍ ଚେଙ୍କ ଦେଇଥିଲେ। ଯାହାର ଭିଡ଼ିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓଟି ମୋବାଇଲ୍ରୁ ମୋବାଇଲ୍ ଘୁରି ବୁଲୁଛି।
ନିର୍ଯାତନାରେ ଶିକାର ହୋଇଥିବା ହିମାଂଶୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor