ସୁଟିଂ ବେଳେ ଏହି ଅଭିନେତାଙ୍କ ଆଣ୍ଠୁରେ ଲାଗିଛି ଗଭୀର ଆଘାତ...

ମୁମ୍ବାଇ: ଅପକମିଂ ଫିଲ୍ମ ‘ଇନ୍ସ୍ପେକ୍ଟର ଅଭିନାଶ’ ସୁଟିଂ ବେଳେ ଆହତ ହୋଇଛନ୍ତି ଅଭିନେତା ରଣଦୀପ ହୁଡ୍ଡା । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ଭୀଷଣ ଯନ୍ତ୍ରଣା ହେବାରୁ ରଣଦୀପଙ୍କୁ ମୁମ୍ବାଇସ୍ଥିତ କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି । ହେଲେ ଏପର୍ଯ୍ୟନ୍ତ ରଣଦୀପ କିମ୍ବା ତାଙ୍କ ଟିମ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନି ।
୨୦୦୮ରେ ମଧ୍ୟ ରଣଦୀପ ଗୁରୁତର ଆହତ ହୋଇଥିଲେ । ଏକ ପୋଲୋ ଗେମ୍ ବେଳେ ତାଙ୍କ ଘୋଡା ଖସି ଯାଇଥିଲା ଏବଂ ତାଙ୍କ ଗୋଡ ଉପରେ ପଡିଥିଲା । ଏଥିଯୋଗୁଁ ତାଙ୍କର ସର୍ଜରୀ ପରେ ଗୋଡରେ ପ୍ଲେଟ୍ ଲାଗିଥିଲା । ବର୍ଷକ ଭିତରେ ଏହି ପ୍ଲେଟ ବାହାର କରିବାର ଥିଲା କିନ୍ତୁ ସେ ଦୀର୍ଘ ୧୨ ବର୍ଷ ଯାଏ ଗୋଡରେ ଲାଗିଥିବା ପ୍ଲେଟ୍ ବାହାର କରି ନଥିଲେ । ପରେ ତାଙ୍କ ଗୋଡ ଭିତରେ ଇନ୍ଫେକସନ୍ ହୋଇଯାଇଥିଲା । ଏହାପରେ ୨୦୨୦ରେ ତାଙ୍କ ଗୋଡର ପୁଣି ଥରେ ସର୍ଜରୀ କରାଯାଇଥିଲା । ଏବେ ପୁଣି ଥରେ ଆଣ୍ଠୁରେ ଆଘାତ ଲାଗିଛି । ଏହା ଜଣାପଡ଼ିବା ପରେ ତାଙ୍କ ଫ୍ୟାନ୍ସମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Powered by Froala Editor