ସୁନା ବୋହୂରୁ ଗ୍ଲାମର ଗାର୍ଲ, ଦର୍ଶକଙ୍କ ହୋସ୍ ଉଡ଼ାଇଲେ ରୁପାଲି

ମୁମ୍ବାଇ: ଦିନେ ଘରେ ଘରେ ସେ ପରିଚିତ ଥିଲେ ସୁନା ବୋହୂ ଭାବେ । ତାଙ୍କର ବେଶଭୂଷା ଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ସବୁଥିରେ ବାରି ହୋଇପଡ଼ୁଥିଲା ସଂସ୍କାର । ଟ୍ରାଡିସିନାଲ୍ ଲୁକ୍ ଦେଇଥିଲା ଭିନ୍ନ ଏକ ପରିଚୟ । ଏବେ କିନ୍ତୁ ସେ ପୂରା ବଦଳି ଯାଇଛନ୍ତି । ଶାଢ଼ି ଛାଡ଼ି ପିନ୍ଧିଛନ୍ତି ଆଉଟ୍ଫିଟ୍ । ପୁଣି ହେୟାର ଷ୍ଟାଇଲ୍ ଆଉ ଲୁକ୍ରେ ବି କରିଛନ୍ତି ପରିବର୍ତ୍ତନ । ଯାହାକି ଏବେ ଦର୍ଶକଙ୍କ ଉଡ଼ାଇଛି ହୋସ୍ । ଏତେସବୁ ଶୁଣିବା ପରେ ନିଶ୍ଚିତ ଭାବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କିଏ ସେ ଅଭିନେତ୍ରୀ? କାହାକୁ ନେଇ ଏମିତି ଚର୍ଚ୍ଚା? ସେ ଆଉ କେହି ନୁହନ୍ତି ଆପଣମାନଙ୍କ ପ୍ରିୟର ଚୁଲ୍ବୁଲି ନାୟିକା ଟେଲି ସିରିଏଲ୍ ‘ଅନୁପମା’ର ରୁପାଲି ଗାଙ୍ଗୁଲି ।
ନିକଟରେ ସେ ସୋସିଆଲ୍ ମିଡିଆରେ ଏକ ଫଟୋ ଅପଲୋଡ୍ କରିଥିଲେ । ଯେଉଁଥିରେ ସେ ନିଜକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଥିବା ଦେଖିବାକୁ ମିଳିଛି । ପୋଷାକ ଠାରୁ ଆରମ୍ଭ କରି ହେୟାର ଷ୍ଟାଇଲ୍, ଲୁକ୍, ମେକଅପ୍ ସବୁଥିରେ ଗ୍ଲାମର ଲୁକ୍ । ୪୪ ବର୍ଷିୟ ଏହି ନାୟିକାଙ୍କ ଏଭଳି ନିଆରା ଅନ୍ଦାଜରେ ଫ୍ୟାନ୍ସମାନେ ଫିଦା ହୋଇଛନ୍ତି । ସୋସିଆଲ୍ ମିଡିଆରେ ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି । ଫ୍ୟାନ୍ସମାନେ ପ୍ରଶଂସାରେ ପୋତି ପକାଇଛନ୍ତି । ହଳଦିଆ ରଙ୍ଗର ଆଉଟ୍ଫିଟ୍ରେ ନିଜ ଷ୍ଟନିଂ ଲୁକ୍ ଦେଖାଇଛନ୍ତି ରୁପାଲି । ଫଟୋରେ ରୂପାଲିଙ୍କ ଲୁକ୍ ଆଉ ତାଙ୍କ ପୋଜ୍ ଏବଂ ଏକ୍ସପ୍ରେସନର ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା ।
‘ଅନୁପମା’ରେ ରୁପାଲିଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି । ସେ ତାଙ୍କ ଜବରଦସ୍ତ ଆକ୍ଟିଂରେ ଫ୍ୟାନ୍ମାନଙ୍କ ହୃଦୟ ଜିତିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିକଟରେ ତାଙ୍କୁ ଏହି ସିରିଏଲ୍ ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଶ୍ରେଷ୍ଠ ସିରିଏଲ୍ ଅଭିନେତ୍ରୀ ରୂପେ ସମ୍ମାନୀତ ମଧ୍ୟ କରାଯାଇଥିଲା । ଆଉ ଏବେ ନିଜର ଗ୍ଲାମର ଲୁକ୍ରେ ନଜର ଆସିବା ପରେ ସୋସିଆଲ୍ ମିଡିଆରେ ସେ ବନିଛନ୍ତି ସେନ୍ସନାଲ୍ । ବଲିଉଡ୍ର ବହୁ ନାମୀଦାମୀ କଳାକାର ବି ତାଙ୍କର ଏହି ନୂଆ ଲୁକ୍କୁ ବେଶ୍ ପ୍ରଶଂସା କରିଛନ୍ତି ।
Powered by Froala Editor