ଆଜିଠୁ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଦିଆଯିବ ଟିକା
![ଆଜିଠୁ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ଦିଆଯିବ ଟିକା](https://odishanewslens.com/news_gallery/1130_1619845849.jpeg)
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ କେନ୍ଦ୍ର ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମଗ୍ର ଦେଶରେ ତୃତୀୟ ପର୍ୟ୍ୟାୟ କୋଭିଡ୍-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ।
କିନ୍ତୁ, ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟ ସରକାର ଆଜି ଟିକାକରଣ କେନ୍ଦ୍ରଗୁଡ଼ିକରେ ଧାଡ଼ି ନ ବାନ୍ଧିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି। ଦିଲ୍ଲୀ, ଓଡ଼ିଶା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପଞ୍ଜାବରେ ୧୮ରୁ ୪୪ ବର୍ଷ ବୟସ୍କ ବର୍ଗର ନାଗରିକମାନଙ୍କୁ ଦିଆଯିବା ନିମନ୍ତେ ଯଥେଷ୍ଟସଂଖ୍ୟକ ଟିକା ନାହିଁ। ତେଣୁ, ଏ ମାସର ଅନ୍ୟ କୌଣିସ ତାରିଖରେ ସେମାନେ ଏହି ଅଭିଯାନ ଆରମ୍ଭ କରିବେ। ଏହାଛଡ଼ା, ବଛା ବଛା କେତୋଟି ଜିଲ୍ଲାରେ ଏହି ଟିକାକରଣ ଅଭିଯାନ ଆରମ୍ଭ କରିବେ ବୋଲି କେତେକ ରାଜ୍ୟ ମଧ୍ୟ ଘୋଷଣା କରିଛନ୍ତି
Powered by Froala Editor