ଇନ୍ଷ୍ଟାରେ ସବାଙ୍କ ଫଟୋ ସେୟାର କଲେ ହ୍ରିତିକ୍

ପ୍ରଥମ ପିତ୍ନୀ ସୁଜେନ୍ଙ୍କୁ ଛାଡପତ୍ର ଦେବା ପରେ ପୁଣିଥରେ ପ୍ରେମରେ ପଡିଛନ୍ତି ହ୍ରିତିକ ରୋଶନ। ସେ ଅଭିନେତ୍ରୀ-ଗାୟିକା ଏବଂ ଲେଖିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଏକାଠି ହ୍ରିତିକଙ୍କ ଘରେ ଦେଖିବାକୁ ମିଳିଥିଲା। ତାଙ୍କ ପରିବାର ସହ ସେ ଲଞ୍ଚ ଏବଂ ଡିନର କରୁଥିବା ନଜର ଆସିଥିଲେ । ଏପରିକି ହ୍ରିତିକଙ୍କ ପୁଅଙ୍କ ସହ ମଧ୍ୟ ସବାଙ୍କ କଥାବାର୍ତ୍ତା ବହୁତ ଭଲ ଥିଲା । ଯାହା ପରେ ଲୋକଙ୍କ ସନ୍ଦେହ ବଢିବାକୁ ଲାଗୁଛି ।
ତେବେ ଉଭୟେ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ହ୍ରିତିକ ସୋସିଆଲ ମିଡିଆରେ ସବାଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ବହୁତ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ହ୍ରିତିକ୍ ତାଙ୍କ ଇନଷ୍ଟା ଷ୍ଟୋରୀରେ ସବାଙ୍କର ଏକ ଫଟୋ ସେୟାର କରିଛନ୍ତି।
ଏହା ତାଙ୍କ ଇଲେକ୍ଟ୍ରୋ-ଫଙ୍କ୍ ବ୍ୟାଣ୍ଡ୍ ମ୍ୟାଡବଏ/ମିଙ୍କର, ଯାହାର ଶୋ’ ଶୁକ୍ରବାର ରାତିରେ ପୁଣେରେ ହୋଇଥିଲା। ଏଥିରେ ସବାଙ୍କ ପରଫର୍ମାନ୍ସ ଥିଲା। ତାଙ୍କୁ ଉତ୍ସାହିତ କରିବା ପାଇଁ ହ୍ରିତିକ ନିଜ ଅନ୍ଦାଜର ଶୁକଭାମନା ପଠାଇଛନ୍ତି। କ୍ୟାପସନରେ ଲେଖିଛନ୍ତି– ‘କମାଲ କରି ଦେଲ ସମସ୍ତେ’Kill it you guys’।
Powered by Froala Editor