ୟୁଟ୍ୟୁବ୍ ଦେଖି ଯୁବକଙ୍କ ଲିଙ୍ଗ ପରିବର୍ତ୍ତନ କରୁଥିଲେ ୨ ଛାତ୍ର, ଯାହାର ପରିଣତି ହେଲା ଏମିତି...

ଇଣ୍ଟରନେଟ୍ ପାଇଁ ଦୁନିଆ ଯେତେ ଆଗକୁ ଯାଇଛି ସେତେ ମାମଲା ମଧ୍ୟ ବଢୁଛି । ବିଶେଷ କରି ଯୁବପିଢି ଏହାକୁ ନକାରାତ୍ମକ କାମରେ ବ୍ୟବହାର କରୁଛନ୍ତି । ଏମିତି ଜଣେ ୨୮ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ୨ ଜଣ ଛାତ୍ର ୟୁଟ୍ୟୁବ ଦେଖି ଯୁବକର ଲିଙ୍ଗ ପରିବର୍ତ୍ତନ କରୁଥିବାବେଳେ ଅଧିକ ରକ୍ତସ୍ରାବ ଘଟି ତାର ମୃତ୍ୟୁ ହୋଇଛି ।
ମୃତ ଯୁବକ ଜଣକ ହେଉଛନ୍ତି ଶ୍ରୀକାନ୍ତ। ତାଙ୍କ ଘର ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାରେ। ସେ ଜଣେ ଶ୍ରମିକ ଭାବେ କାମ କରନ୍ତି। ଶ୍ରୀକାନ୍ତ ବିବାହିତ ଥିଲେ। ତେବେ କିଛ ଦିନ ଧରି ସେ ନିଜ ସ୍ତ୍ରୀଙ୍କୁ ଛାଡ଼ି ଏକାକୀ ରହୁଥିଲେ। ପରେ ଶ୍ରୀକାନ୍ତ ୨ ଜଣ ବି ଫାର୍ମାଙ୍କ ଛାତ୍ରଙ୍କ ଯୋଗାଯୋଗରେ ଆସି ଭେଟିଥିଲେ। ସେ ନିଜର ସମସ୍ୟା ବିଷୟରେ କହିବା ସହ ଲିଙ୍ଗ ପରିବର୍ତ୍ତନ ପାଇଁ କହିଥିଲେ। ଲିଙ୍ଗ ପରିବର୍ତ୍ତନ ପ୍ରକ୍ରିୟାରେ ସେ ପୁଅରୁ ଝିଅ ହେବା ପାଇଁ ଚାହୁଁଥିଲେ। ଏଥିପାଇଁ ସେ ମୁମ୍ବାଇ ଯିବା ପାଇଁ ଚାହୁଁଥିଲେ। ହେଲେ ଅଳ୍ପ ଖର୍ଚ୍ଚରେ ସମ୍ପୃକ୍ତ ଦୁଇ ଛାତ୍ର କରିଦେବେ ବୋଲି ତାଙ୍କୁ ମନାଇଥିଲେ। ଏଥିରେ ଶ୍ରୀକାନ୍ତ ରାଜି ହୋଇଥିଲେ। ଛାତ୍ର ଦୁଇ ଜଣ ଶ୍ରୀକାନ୍ତକୁ ଏକ ପ୍ରାଇଭେଟ୍ ଲଜ୍ରେ ୟୁ-ଟ୍ୟୁବରୁ ସର୍ଜରୀ ପ୍ରକ୍ରିୟା ଦେଖି ସର୍ଜରୀ କରିଥିଲେ। ହେଲେ ଦୁର୍ଭାଗ୍ୟବସତଃ ଯୁବକ ଜଣକର ପ୍ରବଳ ରକ୍ତସ୍ରାବ ହୋଥିଲା। ଏହା ପରେ ଶ୍ରୀକାନ୍ତଙ୍କର ମୃତ୍ୟୁ ଘଟିଥିଲା। ଲଜ୍ ଷ୍ଟାଫ୍ମାନେ ମୃତ ଦେହକୁ ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ଉଭୟ ଛାତ୍ରଙ୍କୁ ପୁଲିସ ଗିରଫ କରିଛି।
Powered by Froala Editor