ଜେପି ନଡ୍ଡାଙ୍କ ଟ୍ୱିଟର ହ୍ୟାକ କରି ଋଷିଆ ପାଇଁ ଦାନ ମାଗିଲେ ହ୍ୟାକର୍ସ
ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ତେବେ ଏହି ଯୁଦ୍ଧ ମଧ୍ୟରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ତାଙ୍କ ଟୁଇଟର ହ୍ୟାଣ୍ଡେଲରୁ ଦୁଇଟି ଟ୍ୱିଟ୍ ମଧ୍ୟ କରାଯାଇଛି। ଟୁଇଟ୍ କରି ସେ ଲେଖିଛନ୍ତି, ‘ଦୁଃଖିତ ମୋ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଏଠାରେ ରୁଷିଆକୁ ଦାନ କରନ୍ତୁ କାରଣ ତାଙ୍କୁ ସାହାଯ୍ୟର ଆବଶ୍ୟକତା ରହିଛି। ଅନ୍ୟ ଏକ ଟୁଇଟରେ ଲେଖାଯାଇଛି, ‘ରୁଷର ଲୋକଙ୍କ ସହ ଠିଆ ହୁଅ। ଏବେ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରନ୍ତୁ। ବିଟକଏନ ଏବଂ ଏଥୋରିୟମ୍। ୟୁକ୍ରେନବାସୀଙ୍କ ସହ ଠିଆ ହୁଅ। ଏବେ କ୍ରିପ୍ଟୋକରେନ୍ସି ଦାନ ଗ୍ରହଣ କରନ୍ତୁ।
କିନ୍ତୁ ଏବେ ତାଙ୍କ ଆକାଉଣ୍ଟକୁ ରିଷ୍ଟୋର୍ କରାଯାଇଛି। ସମସ୍ତ ବିବାଦୀୟ ଟ୍ୱିଟକୁ ହଟାଇ ଦିଆଯାଇଛି। ଜେପି ନଡ୍ଡାଙ୍କ ତରଫରୁ କୁହାଯାଇଛି ଯେ, ସେ ଟ୍ୱିଟର ସହ ଏନେଇ କଥା ହେବେ। ନଡ୍ଡାଙ୍କ ଟୁଇଟର ହ୍ୟାଣ୍ଡେଲରେ ଶେଷ ଟୁଇଟ୍ ୨ ଘଣ୍ଟା ପୂର୍ବରୁ କରାଯାଇଥିଲା, ଯେଉଁଥିରେ ସେ ପଞ୍ଚମ ପର୍ଯ୍ୟାୟରେ ଉତ୍ତର ପ୍ରଦେଶବାସୀଙ୍କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ।
ଏହି ମାମଲାରେ ଇଲେକ୍ଟ୍ରନିକ୍ସ ଏବଂ ଟେକ୍ନୋଲୋଜି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି କି ଜେପି ନଡ୍ଡାଙ୍କ ଟ୍ୱିଟର ହ୍ୟାକ ହେବା ନେଇ ଆମ ପାଖକୁ ସୂଚନା ମିଳିଛି । ସିଆଇଆରଟି ଏହି ମାମଲାର ତଦନ୍ତ କରୁଛନ୍ତି । ସେହିପରି ଭାବରେ ଏହି ମାମଲାରେ ଟ୍ୱିଟର ପାଖରୁ ମଧ୍ୟ ସୂଚନା ମଗାଯାଇଛି ।
Powered by Froala Editor