ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ, ମେ’ ୨୯ରେ ଫାଇନାଲ
![ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ, ମେ’ ୨୯ରେ ଫାଇନାଲ](https://odishanewslens.com/news_gallery/11157_1645804964.jpg)
ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୨ । ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେଉଥିବାବେଳେ ମେ’ ୨୯ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବ । ଏନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି ।
ଚଳିତ ଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ଖେଳାଯିବ । ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ୧୫ଟି ମ୍ୟାଚ ପୁନେରେ ଖେଳାଯିବ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ସିସିଆଇ ଷ୍ଟାଡିୟମରେ ୧୫ଟି ମ୍ୟାଚ ଓ ଡି.ଓ୍ୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଓ ପୁନେରେ ୧୫ଟି ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏଥର ଆଇପିଏଲ୍ ଉତ୍ସାହଜନକ ଥିବାବେଳେ ସମସ୍ତେ ଅପେକ୍ଷା କରିଛନ୍ତି ।
Powered by Froala Editor