ହାତଗୋଡ ବନ୍ଧା ଯୁବକର ମୃତଦେହ ଉଦ୍ଧାର

ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଜଗନ୍ନାଥପୁର ଛକ ନିକଟରେ ଏକ ଅଜଣା ଯୁବକର ମୃତଦେହ ମିଳିଛି। ଏକ ଗଛ ମୂଳରେ ଯୁବକର ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତେବେ ଲୋକେ ପୁଲିସକୁ ଖବର ଦେବାପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।
ମୃତଦେହଟିର ହାତ ଗୋଡ଼ ବନ୍ଧା ଥିବାରୁ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ମୃତଦେହ ନିକଟରେ ଏକ ହେଲମେଟ ପଡ଼ି ରହିଥିବା ମଧ୍ୟ ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ଦେଖି ଲାଗୁଛି ଯେ ଯୁବକକୁ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ହାତ ଗୋଡ଼ ବାନ୍ଧି ଦେଇ ହତ୍ୟା କଟିଛନ୍ତି । ଅଧିକ ରକ୍ତସ୍ରାବ କାରଣରୁ ଯୁବକର ମୃତ୍ୟୁ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛି।
Powered by Froala Editor